Latest Odisha News

BREAKING NEWS

Gitanjali Angmo: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ କିଏ? ଓଡ଼ିଶା ସହ କଣ ରହିଛି ସମ୍ପର୍କ

ଭୁବନେଶ୍ୱର: ସୋନମ ୱାଙ୍ଗଚୁକଙ୍କର ରହିଛି କି ଓଡ଼ିଶା ଲିଙ୍କ? ସାମ୍ନାକୁ ଆସିଲା ସୋନମ ୱାଙ୍ଗଚୁକଙ୍କର ପତ୍ନୀ ଗୀତାଞ୍ଜଳିଙ୍କ ଓଡିଶା ଲିଙ୍କ୍। ସୋନମ ୱାଙ୍ଗଚୁକଙ୍କର ପତ୍ନୀ ପାକ୍ ଲିଙ୍କ୍ ଅଭିଯୋଗକୁ ଖଣ୍ଡନ କରିବା ପରେ ଏହି ପ୍ରତିକ୍ରିୟା ଏବେ ଚର୍ଚ୍ଚାକୁ ଆସିଛି।

ଲଦାଖର ଲେହ ହିଂସାରେ ୪ ଜଣଙ୍କ ମୃତ୍ୟୁ ଓ ପ୍ରାୟ ୧୦୦ ଜଣ ଆହତ ହେବା ପରେ ଏବେ ଲଦାଖର ସାମାଜିକ ଓ ପରିବେଶକର୍ମୀ ସୋନମ ୱାଙ୍ଗଚୁକଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନମ ୱାଙ୍ଗଚୁକଙ୍କର କାଳେ ଓଡ଼ିଶା ସହ ସଂପର୍କ ରହିଛି । କାରଣ ତାଙ୍କ ପତ୍ନୀ ଡ.ଗୀତାଞ୍ଜଳି ଆଙ୍ଗମୋ ବାଲେଶ୍ବରରେ ଏକ ପଞ୍ଜାବୀ ଜୈନ ପରିବାରରେ ଜନ୍ମ ନେଇଥିବା ବେଳେ ସେଠାରେ ପାଠ ପଢ଼ିଛନ୍ତି।

ଗୀତାଞ୍ଜଳି ଆଙ୍ଗମୋ କିଏ?

ଓଡ଼ିଶାର ବାଲେଶ୍ୱରରେ ଜନ୍ମିତ ଗୀତାଞ୍ଜଳି ଆଙ୍ଗମୋ ଏକ ପଞ୍ଜାବୀ ଜୈନ ପରିବାରର। ସେ HIAL (ହିମାଳୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ସ, ଲଦାଖ)ର ସହ-ପ୍ରତିଷ୍ଠାତା। ତାଙ୍କର କର୍ପୋରେଟ୍ ଚାକିରି ଛାଡିବା ପରେ, ଆଙ୍ଗମୋ ଲଦ୍ଦାଖ ଆଡକୁ ମୁହାଁଇଲେ ଏବଂ ଶିକ୍ଷା ଏବଂ ସାମାଜିକ ଉନ୍ନତି ପାଇଁ କାମ କଲେ। ପଦାର୍ଥ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ, ସେ MBA ଡିଗ୍ରୀ ହାସଲ କଲେ ଏବଂ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କଲେ। ଏହା ପରେ, ସେ ଡେନମାର୍କ ଯାଇ ସେଠାରେ ୧୫ ବର୍ଷ ଧରି ରହିଥିଲେ। ଏହି ସମୟ ମଧ୍ୟରେ, ଆଙ୍ଗମୋ ଏକାଧିକ ସଂଗଠନ ଏବଂ କମ୍ପାନୀ ଆରମ୍ଭ କରିଥିଲେ।

ଗୀତାଞ୍ଜଳୀ ୧୮୮୬-୧୯୮୯ ମସିହାରେ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିଛନ୍ତି। ଆଉ ତାପରେ ୧୯୯୧-୧୯୯୪ ମସିହାରେ ସେ ବାଲେଶ୍ୱର ଏଫଏମରେ ଆପ୍ଲାଏଡ ସାଇନ୍ସ ରେ ବିଏସସି କରିଥିଲେ। ୧୯୯୪-୧୯୯୬ ରେ ଭୁବନେଶ୍ୱର ଏକ୍ସଆଇଏମବିରୁ ଏମବିଏ କରିଥିଲେ। ୨୦୦୦ ମସିହାରେ ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ବିବାହ କରିଥିଲେ।

ପାକିସ୍ତାନ ଲିଙ୍କ୍‌ରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କର ପ୍ରତିକ୍ରିୟା

ସୋନମ ୱାଙ୍ଗଚୁକ ଗିରଫ ହେବା ପରେ ତାଙ୍କୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ସୋନମ ୱାଙ୍ଗଚୁକ୍‌ଙ୍କ ପାକିସ୍ତାନ ଯାତ୍ରା ଏବେ ପ୍ରଶ୍ନ ଘେରରେ। ଏହାକୁ ନେଇ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଏହି ସବୁ ଅଭିଯୋଗକୁ ଦୃଢ ଭାବେ କରିଛନ୍ତି ଖଣ୍ଡନ। ଗୀତାଞ୍ଜଳି କହିଛନ୍ତି ଯେ, ଆମେ ମିଳିତ ଜାତିସଂଘର ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ଯାଇ ଥିଲୁ। ମୋ ସ୍ୱାମୀ ସେଠାରେ ମଧ୍ୟ ମଞ୍ଚରେ ପିଏମ୍ ମୋଦିଙ୍କର ହିଁ ପ୍ରଶଂସା କରି ଥିଲେ। ଏହାସହ ସେ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ତାଙ୍କର ସଂଗଠନ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି।

ଗୀତାଞ୍ଜଳି ବିରୋଧ ପ୍ରଦର୍ଶନ ବେଳେ ହିଂସାକାଣ୍ଡ ପାଇଁ ସୁରକ୍ଷା ବାହିନୀକୁ ଦାୟୀ କରାଇଛନ୍ତି। ସେ କହିଛନ୍ତି ଯେ, ସୋନମ ୱାଙ୍ଗଚୁକ ଦୀର୍ଘ ସମୟରୁ ଗାନ୍ଧୀବାଦୀ ଉପାୟରେ ବିରୋଧ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ୨୪ ସେପ୍ଟେମ୍ୱରରେ ସିଆରପିଏଫ୍‌ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ସ୍ଥିତି ବିଗିଡ଼ି ଥିଲା। ପାକିସ୍ତାନକୁ ତାଙ୍କର ସଦ୍ୟ ଯାତ୍ରା ସଂପୂର୍ଣ୍ଣ ରୂପେ ପେଶାଗତ ଓ ଜଳବାୟୁ-କେନ୍ଦ୍ରିତ ଥିଲା। ୱାଙ୍ଗଚୁକ୍‌ଙ୍କର ସବୁ ବିଦେଶ ଯାତ୍ରା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ସଂସ୍ଥାର ନିୟନ୍ତ୍ରଣରେ ହୋଇଥିଲା। ଫେବ୍ରୁଆରୀରେ ଆୟୋଜିତ ବ୍ରିଦ୍‌ ପାକିସ୍ତାନ ସମ୍ମିଳନୀର ଆୟୋଜନ ଜାତିସଂଘ ପାକିସ୍ତାନ ଓ ଡନ୍‌ ମିଡ଼ିଆ କରିଥିଲା ଏବଂ ଏଥିରେ ବହୁରାଷ୍ଟ୍ରୀୟ ସହଯୋଗ ସାମିଲ ଥିଲା। ଏହି ସମୟରେ ମଧ୍ୟ ମଞ୍ଚରୁ ତାଙ୍କର ସ୍ୱାମୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହିଁ ପ୍ରଶଂସା କରି ଥିଲେ।

ଅନ୍ୟପଟେ ଲଦ୍ଦାଖର ଡିଜିପି ଏସଡି ସିଂହ ଜାମୱାଲ କହିଛନ୍ତି ଯେ, ୱାଙ୍ଗଚୁକଙ୍କ ପାକିସ୍ତାନରୁ କଥିତ ସମ୍ୱନ୍ଧ ହେବାର ଯାଞ୍ଚ କରାଯାଉଛି। ଗତ ମାସରେ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରାଯାଇଥିଲା, ଯିଏକି ୱାଙ୍ଗଚୁକଙ୍କର ବିରୋଧ ପ୍ରଦର୍ଶନର ଭିଡ଼ିଓ ସୀମା ପାର୍ ପଠାଇ ଥିଲା।

Comments are closed.