Latest Odisha News

BREAKING NEWS

ପିଆରଙ୍କ ରାଜୁତି ପରେ ଏବେ ଯୁବରାଜଙ୍କ କଥା କିଏ ଉଠାଉଛି: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୁନର୍ବାର ବିଶ୍ୱକପ ବିଜୟରେ ଯୁବରାଜ ସିଂଙ୍କ ଭୂମିକାକୁ ମନେ ପକାଇଛନ୍ତି । ସେ ଏ ନେଇ ଟାର୍ଗେଟ କରି କହିଛନ୍ତି କେତେକ ଖେଳାଳିଙ୍କ ପିଆର ଭଲ ପ୍ରଚାର ଓ ପ୍ରସାର କଲେ । ଯିଏ ବିଶ୍ୱକପ ଜିତାଇଲା ସିଏ ଅଣ୍ଡରଡଗ ହୋଇଥ ରହିଗଲା । ଏବେ ୨୦୧୧ ବିଶ୍ୱକପ ବିଜୟରେ ଯୁବରାଜଙ୍କ ଭୂମିକାକୁ କିଏ ବା ମନେ ପକାଉଛି । ଯୁବରାଜ ଏହି ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ସିଧାସଳଖ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ନ ନେଇଥିଲେ ମଧ୍ୟ ଗମ୍ଭୀରଙ୍କ ରାଡାରରେ ସେ ଥିବା ଅନୁମାନ କରାଯାଉଛି । ୨୦୨୩ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି । ପ୍ରଥମ ଥର ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ବୋଲରଙ୍କୁ ମଧ୍ୟ ପ୍ରଶଂସକମାନେ ଗୁରୁତ୍ୱ ଦେଇଛନ୍ତି ।

ଯୁବରାଜଙ୍କୁ ଯେଉଁ ଶ୍ରେୟ ମିଳିବା କଥା ତାହା ଏବେ ବି ମିଳି ନାହିଁ । ତାଙ୍କ ବିନା ଭାରତ ୨ଟି ବିଶ୍ୱକପ ଜିତିବା ସମ୍ଭବପର ହୋଇ ନ ଥାନ୍ତା । ବ୍ରାଣ୍ଡ ଭାଲ୍ୟୁ, ମାର୍କେଟିଂ ଓ ପିଆର ଅନ୍ୟର ଶ୍ରେୟ ଛଡେଇ ନେଲେ । କିଛି ବ୍ୟକ୍ତିଙ୍କୁ ଏପରି ଭାବେ ଚିତ୍ରଣ କରାଗଲା ଯେ, କ୍ରିକେଟପ୍ରେମୀ ଅନ୍ଧଙ୍କ ପରି ତାଙ୍କ ପଛରେ ପଡିଗଲେ । ବ୍ରଡକାଷ୍ଟରଙ୍କ କଥାରେ ପଡି ବ୍ରାଣ୍ଡ ସୃଷ୍ଟି କରନି । ସମସ୍ତ ଖେଳାଳିଙ୍କ ତାଙ୍କ ପ୍ରଦର୍ଶନର ଉପଯୁକ୍ତ ଶ୍ରେୟ ମିଳିବା ଉଚିତ ବୋଲି ଗମ୍ଭୀର କହିଛନ୍ତି । ସୂଚନାଯୋଗ୍ୟ, ଏସ.ଶ୍ରୀସନ୍ଥଙ୍କ ସହ ବିବାଦ ପରେ ଗମ୍ଭୀର ପୁନର୍ବାର ଚର୍ଚ୍ଚାର କାରଣ ସାଜିଛନ୍ତି ।

Leave A Reply

Your email address will not be published.