Latest Odisha News

BREAKING NEWS

ବିବାହ ବେଦୀରେ ହଙ୍ଗାମା : ଦ୍ବିତୀୟ ବିବାହ କରିବାକୁ ଯାଇ ସ୍ତ୍ରୀ ଓ ଝିଅଠୁଁ ଛେଚା ଖାଇଲା ବାପା

ଭୁବନେଶ୍ବର : ବାହା ବେଦୀରେ ହଙ୍ଗାମା  । ଲୁଚି ଲୁଚି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡିଛି  । ଦୁଇ ଝିଅଙ୍କ ସହ ବାହାବେଦୀରେ ପହଁଞ୍ଚି ଯାଇଛନ୍ତି ସ୍ତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ । ସ୍ଥାନୀୟ ଦୁଲ୍ଲା ଦେବୀ ମନ୍ଦିରରେ ଲୁଚିକି ବାହାହେଉଥିବା ସମୟରେ ପହଁଞ୍ଚିଯାଇଛନ୍ତି ପତ୍ନୀ  ।  ବେଦୀରେ ସ୍ୱାମୀଙ୍କୁ ଉତ୍ତମ ମଧ୍ୟମ ଦେବା ସହ ପୁଲିସର ଜିମା ଦେଇଛନ୍ତି  । ସୂଚନା ଅନୁସାରେ ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତି ୨୦୧୦ ମସିହାରୁ ଏରସମା ଥାନା ଗଣେଶ୍ୱରପୁରର ଅଞ୍ଚଳର ଅହଲ୍ୟା ହାତିଙ୍କୁ ପ୍ରେମ ବିବାହ କରିଥିଲେ ।

BjdElectrycity

ଦିର୍ଘ ଦିନ ଧରି ଏମାନଙ୍କର ପାରିବାରିକ ସମ୍ପର୍କ ବେଶ୍‌ ହସ ଖୁସିରେ ଚାଲିଥିଲା । ଉଭୟଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି ।  ହେଲେ କିଛି ଦିନ ପରେ  ଯୋଗେଶ  ଅନ୍ୟ ଯୁବତୀକୁ ପ୍ରେମ କରି ବସିଥିଲେ । ସମ୍ପର୍କ ଧିରେ ଧିରେ ବାହାଘରରେ ପରିଣତ ହେବାକୁ ଯାଉଥିଲା । ଆଜି ଦୁହେଁ ବିବାହ କରିବାକୁ ଯାଉଥିବାବେଳେ  ଏଭଳି କିଛି ଘଟଣା ଘଟିଛି । ସପଟେ ଘଟଣା ସ୍ଥଳରେ ଏସବୁ ଦେଖି ବିବାହ କରିବାକୁ ଯାଉଥିବା ଯୁବତୀ ଜଣକ ଚମ୍ପଟ ମାରିଛନ୍ତି ।  ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ଯୋଗେଶକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

Leave A Reply

Your email address will not be published.