Latest Odisha News

ମାତ୍ର ୩୭ ବର୍ଷରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ବନିଲେ, ଜାଣନ୍ତୁ କିଏ ଏହି ପାଇତୋଙ୍ଗତାର୍ନ ଶିନାଓ୍ବତ୍ରା..

ବାଙ୍ଗକକ୍: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ଣ୍ଣ ଶିନାଓ୍ବତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ ତଥା ଅରବପତିଙ୍କର ଝିଅ ପାଇତୋଙ୍ଗତାର୍ନ ଥାଇଲାଣ୍ଡର ନେତୃତ୍ବ ନେଇ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ବନିଯାଇଛନ୍ତି ।

ଗତ ଶୁକ୍ରବାର ପାଇତୋଙ୍ଗତାର୍ନ ଥାଇଲାଣ୍ଡ ସଂସଦର ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏହାର ଦୁଇ ଦିନ ପୂର୍ବରୁ  ଥାଇଲାଣ୍ଡର ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଓ୍ବିସିନଙ୍କୁ ନୈତିକ ମୂଲ୍ୟବୋଧ ଉଲଘଂନ କରିବା ଅଭିଯୋଗରେ ପଦରୁ ବହିଷ୍କାର କରିଦେଇଥିଲେ । ଏହାପରେ ସଂସଦର ନିଷ୍ପତ୍ତି କ୍ରମେ ପାଇତୋଙ୍ଗତାର୍ନ ବନିଯାଇଛନ୍ତି ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।

ତେବେ କିଏ ଏହି ପାଇତୋଙ୍ଗତାର୍ନ ଶିନାଓ୍ବତ୍ରା?

ପାଇତୋଙ୍ଗତାର୍ନ ଥାଇଲାଣ୍ଡର ସବୁଠୁ ପ୍ରଭବାଶଳୀ ରାଜନୈତିକ ପରିବାରର ଝିଅ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅରବପତି ତାକସିନ୍ ଶିନାଓ୍ବତ୍ରାଙ୍କ ୩୭ ବର୍ଷୀୟା ସାନ ଝିଅ ପାଇତୋଙ୍ଗତାର୍ନ ଶିନାଓ୍ବତ୍ରା । ୧୯୮୬ରେ ବ୍ୟାଙ୍କକକରେ ଜନ୍ମ ଗ୍ରହଣ କରିଥିଲେ ପାଇତୋଙ୍ଗତାର୍ନ ।

ପଏତୋଗତାର୍ନ ରାଜନୀତି ବିଜ୍ଞାନରେ ଯୁକ୍ତ ତିନି ପାସ୍ କରିବା ପରେ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ। ସେ ଜଣେ ବ୍ୟବସାୟୀ ଭାବେ ମଧ୍ୟ ଖୁବ୍ ପରିଚିତ । ପଏତୋଗତାର୍ନ ୨୦୧୯ରେ ପିତାକା ସୁକ୍ସୱାତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି।

ଦେଶର ପ୍ରଧାନମନ୍ତ୍ରୀ ହେବାରେ ସେ ତାଙ୍କ ପରିବାରର ଚତୁର୍ଥ ପିଢି । ଏଥିସହ ରାଜନୀତିରେ ମଧ୍ୟ ତାଙ୍କର ସକ୍ରିୟ ଯୋଗଦାନ ରହିଆସିଥିଲା।  ଗତ ନିର୍ବାଚନରେ ​ସେ ଗର୍ଭବତୀ ଥାଇ ମଧ୍ୟ ପ୍ରଚାର ମଇଦାନରେ ଜୋରଦାର ଗର୍ଜିଥିଲେ ।

ତେବେ ଦେଶର ରାଜନୈତିକ ଅସ୍ଥିରତା ସମୟରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି, ଯାହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

Comments are closed.