Latest Odisha News

BREAKING NEWS

ତେଲେଙ୍ଗାନାରେ ପୂଜା ପାଉଛନ୍ତି କେଉଁ ଭଗବାନ, କେତୋଟି ରହିଛି ପ୍ରସିଦ୍ଧ ମନ୍ଦିର, ଜାଣନ୍ତୁ…

ଚେନ୍ନାଇ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ପୂଜା ପାଉଛନ୍ତି ବିଭିନ୍ନ ଧର୍ମର ଅନେକ ଭଗବାନ । ମନ୍ଦିର ହେଉ କି ମସଜିଦ ଅବା ଚର୍ଚ୍ଚ ହେଉ କି ଗୁରୁଦ୍ଵାର । ସର୍ବ ଧର୍ମ ସମନ୍ଵୟରେ ନିଜ ନିଜ ଇଷ୍ଟଙ୍କୁ ପୂଜା କରୁଛନ୍ତି ଲୋକେ । ତେବେ କଣ ଆପଣ ଜାଣନ୍ତି ତେଲେଙ୍ଗାନାରେ କେଉଁ ଭଗବାନ ପୂଜା ପାଉଛନ୍ତି । ସେଠାରେ ପ୍ରସିଦ୍ଧ ଥିବା ସମସ୍ତ ମନ୍ଦିରର କର୍ତ୍ତା କିଏ । କେଉଁ ମନ୍ଦିର କଣ ପାଇଁ ପ୍ରସିଦ୍ଧ । ତେବେ ଆସନ୍ତୁ ଜାଣିବା ସେବିଷୟରେ…

ଦକ୍ଷିଣ ଭାରତର ତେଲେଙ୍ଗାନା ରାଜ୍ୟରେ ରାମପ୍ପା ମନ୍ଦିର ବହୁତ ଲୋକପ୍ରିୟ । ଏଠାରେ ରହିଛି ଦେବ ଦେବ ମହାଦେବଙ୍କୁ ସମର୍ପିତ ରୁଦ୍ରେଶ୍ୱର ମନ୍ଦିର । ଯାହାଙ୍କୁ ତେଲେଙ୍ଗାନାର ଭଗବାନ ଭାବରେ ଲୋକେ ଜାଣନ୍ତି |

ତେଲେଙ୍ଗାନାର ସର୍ବ ପୁରାତନ ମନ୍ଦିର ହେଉଛି ଆଲମପୁର ନବବ୍ରହ୍ମ ମନ୍ଦିର । ଏହା ଆଲମପୁରରେ ଅବସ୍ଥିତ । ଏହି ମନ୍ଦିର ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏଠାରେ ନଅଟି ମନ୍ଦିର ରହିଛି, ଯାହା ଭଗବାନ ଶିବଙ୍କ ପାଇଁ ଉତ୍ସର୍ଗୀକୃତ । ବାଦାମୀରେ ଚାଲୁକ୍ୟଙ୍କ ଶାସନ କାଳରେ ଏହି ମନ୍ଦିର ନିର୍ମାଣ କରିଯାଇଥିଲା । ଏହି ମନ୍ଦିର ତୁଙ୍ଗଭଦ୍ରା ଏବଂ କୃଷ୍ଣା ନଦୀର ମିଳନ ସ୍ଥଳରେ ଅବସ୍ଥିତ ।

ତେଲେଙ୍ଗାନାର ତିରୁପତି ମନ୍ଦିର ମଧ୍ୟ ତେଲେଙ୍ଗାନାର ଅନ୍ୟ ଏକ ପ୍ରମୁଖ ମନ୍ଦିର । ଏହା ଖମ୍ମମ ଜିଲ୍ଲାରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ବାଲାଜୀଙ୍କୁ ପୂଜା କରାଯାଏ ।

ତେଲେଙ୍ଗାନାର ଆଉ ଏକ ଭଗବାନ ଶିବଙ୍କର ପ୍ରସିଦ୍ଧ ମନ୍ଦିର ରହିଛି ଯାହା ଶିବ ଗଙ୍ଗା ଭାବରେ ଜଣାଯାଏ । ଏହା ମନ୍ଦିର ପୁଷ୍କରଣୀ (ଛୋଟ ପୋଖରୀ, ଜଳାଶୟ) ଉପରେ ନିର୍ମିତ | ପୋଖରୀ ଚାରିପାଖରେ ନିର୍ମିତ ଷୋହଳଟି ଗର୍ଭଗୃହ ରହିଛି । ଏହି ସବୁ ଛୋଟ ଛୋଟ ମନ୍ଦିରରେ ଛୋଟ ଛୋଟ ଶିବଲିଙ୍ଗମାନ ପୂଜା ପାଉଛନ୍ତି ।

Leave A Reply

Your email address will not be published.