Latest Odisha News

BREAKING NEWS

ପୁରୀରେ ୪ ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲା ଏନଏମଏ ଟିମ୍

ପୁରୀ: ପୁରୀରେ ଏନଏମଏ ଟିମ୍ ।  ଆଜି (ଗୁରୁବାର) ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ମଧ୍ୟରେ ଥିବା ୪ ଟି ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲେ ଏନଏମଏ (NMA)ର ସ୍ୱତନ୍ତ୍ର ଅଧିକାରୀ । ଏହି ତଦାରଖ ଟିମ୍ ରେ ରହିଛନ୍ତି ଏନଏମଏର ପ୍ରତିନିଧି ସଂସ୍କୃତି ନିର୍ଦ୍ଦେଶକ ଦୀଲିପ ରାଉତରାୟ, ଉପଜିଲ୍ଲାପାଳ, ଏଏସଆଇ ପୁରୀ ସର୍କଲ ମୁଖ୍ୟ, ଓବିସିସି ଅଧିକାରୀ ଓ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅଧିକାରୀ ।

ଏହି ୪ ଟି ମଠ ଭିତରେ ବଡଛତା ମଠ, ଛାଉଣୀ ମଠ, ଉତ୍ତରପାର୍ଶ୍ୱ ମଠ ଓ କାକୁଡିଖାଇ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଟିମ୍ ଅନୁଧ୍ୟାନ କରିଛନ୍ତି । ମଠ ଢାଞ୍ଚାର ସୌନ୍ଦର୍ଯ୍ୟକରଣ ବ୍ୟତୀତ ଅନ୍ୟ କିଛି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସଂସ୍କୃତି ନିର୍ଦ୍ଦେଶକ ଦୀଲିପ ରାଉତରାୟ ।

Leave A Reply

Your email address will not be published.