Latest Odisha News

BREAKING NEWS

ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ!

ନୂଆଦିଲ୍ଲୀ: ଏଣିକି ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ! ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ୍‌ କରିଛି। ‘ହୁ’ କହିଛି ଯେ ରିମୋଟ୍ ଶିକ୍ଷାର “କ୍ଷତିକାରକ” ପ୍ରଭାବକୁ ଏଡାଇବା ପାଇଁ ବିଦ୍ୟାଳୟରେ କରୋନା ପରୀକ୍ଷା କରାଯିବା ଉଚିତ। କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ଟେଷ୍ଟର ଆବଶ୍ୟକତା ରହିଛି।

ବିଦ୍ୟାଳୟରେ ସ୍କ୍ରିନିଂ ଲାଗି ପୂର୍ବରୁ ପରାମର୍ଶ ଦିଆଯାଇଥିଲା। ସମ୍ପ୍ରତି ‘ହୁ’ର କହିବା ମୁତାବକ ଛାତ୍ର କିମ୍ବା କର୍ମଚାରୀଙ୍କ ମଧ୍ୟରେ ଲକ୍ଷଣ ନଥିଲେ ମଧ୍ୟ ଆର୍‌ଟିପିସିଆର୍‌ ଏବଂ ଆଣ୍ଟିଜେନ ଟେଷ୍ଟ କରାଯିବା ଉଚିତ।

Comments are closed.