Latest Odisha News

ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ନେଇ ଆମେରିକା କୌଣସି ପ୍ରମାଣ ଦେଇନି :ଡବ୍ଲ୍ୟୁଏଚଓ

ୱାଶିଂଟନ: ଚୀନର ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ନେଇ ଆମେରିକା ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ଦେଇନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ପୂର୍ବରୁ ଚୀନ ତାଙ୍କ ଲ୍ୟାବରୁ କରୋନା ବ୍ୟାପି ନାହିଁ ବୋଲି ସ୍ପଷ୍ଟ କରିଛି ।

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ତା ସହକାରେ କହି ଆସୁଛନ୍ତି ଯେ, ଉହାନରୁ ହିଁ ଏହି ସଂକ୍ରମଣ ବ୍ୟାପିଛି ଏବଂ ଆମ ପାଖରେ ପ୍ରମାଣ ରହିଛି । ଯଦି କୌଣସି ପ୍ରମାଣ ଆମେରିକା ପାଖରେ ରହିଛି ତାହାହେଲେ ଏହାକୁ ସମସ୍ତଙ୍କ ସାମ୍ନାକୁ କାହିଁକି ଆଣୁ ନାହିଁ ବୋଲି ଡବ୍ଲ୍ୟୁଏଚଓର ନିର୍ଦ୍ଦେଶନ ମାଇକେଲ ରାୟନ କହିଛନ୍ତି ।

Comments are closed.