Latest Odisha News

BREAKING NEWS

ଡବ୍ଲ୍ୟୁଏଚଓର ଚେତାବନୀ; ଅଧିକ ମାରାତ୍ମକ ହେବ କରୋନା ଭାଇରସ

ଜେନେଭା: କରୋନାଭାଇରସ୍ ମହାମାରୀ ସଂକ୍ରମଣ ଅଧିକ ମାରାତ୍ମକ ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)।

ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରେୟସ୍ ଜେନେଭାରେ ଏକ ଭର୍ଚୁଆଲ ବ୍ରିଫିଂରେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଏବେ ଚିନ୍ତାଜନକ ପାଲଟିଛି । ମୋତେ ସ୍ପଷ୍ଟ ଦେଖାଯାଉଛି ଯେ କିଛି ରାଷ୍ଟ୍ର ଭୁଲ୍ ରଣନୀତି ଗ୍ରହଣ କରୁଛନ୍ତି । ଏବେ ଏହି ଭାଇରସ୍ ଜନସାଧାରଣଙ୍କ ଏକ ନଂ ଶତ୍ରୁ ପାଲଟିଛି । ଯଦି ଠିକ୍ ପଦକ୍ଷେପ ଗ୍ରହଣ ନକରାଯାଏ, ତାହେଲେ କରୋନା ମହାମାରୀ ଦିନକୁ ଦିନ ଅଧିକ ମାରାତ୍ମକ ହୋଇ ପଡିବ।

ଅଧିକ ପଢନ୍ତୁ- ଚୀନର ଉହାନ ଲ୍ୟାବ ଯିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ !

ଉଲ୍ଲେଖଯୋଗ୍ୟ, ଏହାଛଡା ନିକଟ ଅତୀତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ଟିମ୍ କରୋନା ଉତ୍ପତ୍ତି ସମ୍ପର୍କରେ ତଦନ୍ତ କରିବା ଲାଗି ଚୀନ ଅଭିମୁଖେ ଗସ୍ତ କରିଛନ୍ତି ।

ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷରୁ ଅଧିକ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭୧ ହଜାରରୁ ଅଧିକ ଛୁଇଁଲାଣି ।

Comments are closed.