Latest Odisha News

BREAKING NEWS

ଚୀନର ଉହାନ ଲ୍ୟାବ ଯିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ !

କରୋନାର ଉତ୍ପତ୍ତି ସ୍ଥଳ ଓ ଏହା କିଭଳି ପଶୁ ଦେହରୁ ମଣିଷ ଦେହକୁ ବ୍ୟାପିଲା ? ଜାଣିବା ପାଇଁ ଚୀନ୍ ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । କିନ୍ତୁ ଉହାନର ସନ୍ଦିଗ୍ଧ ଲ୍ୟାବକୁ ଯିବ ନାହିଁ ଦୁଇ ଜଣିଆ ଅନୁସନ୍ଧନକାରୀ ଟିମ୍ । ଯେଉଁଠାରୁ କରୋନା ଭୂତାଣୁ ବ୍ୟାପିଥିବା ଦାବି ହେଉଛି । ଯେଉଁ ଲ୍ୟାବକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ କହିଛି ଅନୁସନ୍ଧାନକାରୀ ଟିମ୍ ଭାଇରସର ଉତ୍ପତ୍ତି ସମ୍ପର୍କରେ ଜଣିବା ପାଇଁ ଚୀନ ଯାଇଛି । ପଶୁଙ୍କ ଦେହରେ କିଭଳି ଆସିଲା ଭୂତାଣୁ ? ମଣିଷ ଦେହକୁ କେମିତି ବ୍ୟାପିଲା ? ତେଣୁ କୁହାଯାଉଛି ଡବ୍ଲ୍ୟୁଏଚଓ ଟିମ୍ ଉହାନ ଲ୍ୟାବକୁ ଯିବ ନାହିଁ । କେଉଁ ସବୁ ସ୍ଥାନରେ ଅନୁଧ୍ୟାନ କରାଯିବ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ସୂଚନା ମଧ୍ୟ ଦେଇ ନାହିଁ ।

ଚୀନ କହୁଛି କରୋନା ଭୂତାଣୁ ଉହାନର ମାଂସ ମାର୍କେଟରୁ ମଣିଷ ଦେହକୁ ବ୍ୟାପିଛି । କିନ୍ତିୁ ଆମେରିକା ସମେତ କିଛି ବିଶେଷଜ୍ଞ ଅନୁମା କରୁଛନ୍ତି ମାରାତ୍ମକ ଭାଇରସ୍ ଉହାନର ଭାଇରୋଲୋଜି ଲ୍ୟାବରୁ ଲିକ୍ ହୋଇଛି । ଏପରିକି ବିଦେଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଉହାନର ଲ୍ୟାବରେ ବିଭିନ୍ନ ପ୍ରକାର ଭାଇରସ୍ ଗଚ୍ଛିତ କରି ରଖାଯାଇଛି ।

Leave A Reply

Your email address will not be published.