Latest Odisha News

BREAKING NEWS

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ, ଚାଲିଛି ଆଲୋଚନା

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ । ଏ ନେଇ ପିପିଲି ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନେତୃତ୍ୱରେ ଆଲୋଚନା ହୋଇଛି ।

ନିର୍ବାଚନରେ ମହାରଥୀଙ୍କ ପରିବାରର କେହି ସଦସ୍ୟ କି ଅନ୍ୟ କେହି ଟିକେଟ୍ ପାଇବେ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଆଲୋଚନା ବେଳେ ମହାରଥୀଙ୍କ ପରିବାରର ଜଣଙ୍କୁ ଟିକେଟ ଦେବା ପାଇଁ ସ୍ଥାନୀୟ ନେତା ଦାବି କରିଛନ୍ତି । ବିଶେଷ କରି ପ୍ରତିଭା ମହାରଥୀଙ୍କ ନାଁ ଆଗକୁ ଆସିଛି ।

ଗତ ଦୁଇ ଦିନ ତଳେ ଏହି ଆସନକୁ ନେଇ ଉଭୟେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଥିଲେ ଯେ, ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି ।

ସେହିପରି ପୁଅ ରୁଦ୍ର କହିଥିଲେ ନିର୍ବାଚନକୁ ନେଇ ମୋର ଅଭିଜ୍ଞତା ରହିଛି। ମୁଁ ଜନ୍ମରୁ ରେଡି। ପିଲାବେଳୁ ରାଜନୀତି ଦେଖି ଆସିଛି।ଆମକୁ ଦଳରୁ ଯାହା ଆଦେଶ ଆସିବ ମୁଁ ଓ ମା ପାଳନ କରିବୁ।’

 

Leave A Reply

Your email address will not be published.