Latest Odisha News

ଆଦିତ୍ୟ ଦାସ ମୃତ୍ୟୁ ମାମଲା:ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୨୬ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ପୂର୍ବରୁ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଆଦିତ୍ୟଙ୍କ ମାଆ । ଆଜି ଆଦିତ୍ୟ ମୃତ୍ୟୁ ମାମଲାରେ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

କ୍ରାଇମବାଞ୍ଚ ଓକିଲଙ୍କୁ କପି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୬ରେ ପରବର୍ତ୍ତୀ ଶୁଣାଣି । ମାମଲାର ସିବିଆଇ ତଦନ୍ତ ପାଇଁ ଆଦେଦନ କରିଛନ୍ତି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା-ମାଆ ।

ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ସଂଦେହଜନକ ଭାବେ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ରେଳଧାରଣାରୁ ଉଦ୍ଧାର କରାଯାଇଥିଲା । ବିବାହର ମାତ୍ର ମାସକ ମଧ୍ୟରେ ଆଦିତ୍ୟଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ନାନାଦି ପ୍ରଶ୍ନ ଉଠିଥିଲା । ସାମାଜିକ ସଂଗଠନ ଗଠନ କରି ଆଦିତ୍ୟ ସାମାଜିକ ସଂସ୍କାର ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ପାଇଁ କାମ କରୁଥିଲେ । ମଦ ଓ ନିଶା ବିରୋଧରେ ତାଙ୍କର ଅଭିଯାନ ଜାରି ରହିଥିଲା । ତେବେ ଆଦିତ୍ୟଙ୍କ ମୃତ୍ୟୁକୁ ଇତିମଧ୍ୟରେ ୮ ମାସ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ । 

Leave A Reply

Your email address will not be published.