Latest Odisha News

ବ୍ରଜରାଜନଗର ଉପନିର୍ବାଚନ : ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ କିଏ ହେବ ବିଜେପି ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା । ଦଳ ମୋତେ ପ୍ରସ୍ତୁତ ରହିବା ପାଇଁ କହିସାରିଛି । ମୁଁ ଲଢେ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । ନାଁ ଘୋଷଣା ହୋଇଗଲେ ଲଢିବା ପାଇଁ ପ୍ରସ୍ତୁତ ହେବି ।

ସେପଟେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରଣନୀତି ପାଇଁ ବିଜେଡିର ଆସନ୍ତାକାଲି ବ୍ରଜରାଜନଗରରେ ବୈଠକ ବସୁଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ତତ୍ୱାବଧାନରେ ଏକ ଜଣିଆ କମିଟି ଗଠନ ହୋଇଛି ।

ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏହି ରେସରେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି । ତେବେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ଦାସଙ୍କ ନାଁକୁ ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ସେପଟେ କଂଗ୍ରେସ ବରିଷ୍ଠ ନେତା କିଶୋର ପଟେଲଙ୍କୁ ମଇଦାନକୁ ଛାଡ଼ିପାରେ । କିନ୍ତୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।
Leave A Reply

Your email address will not be published.