Latest Odisha News

BREAKING NEWS

ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? 

ଢାକା: ବାଂଲାଦେଶର ବିକ୍ଷୋଭ ଉଗ୍ରରୂପ ନେଉଛି। ଏହାରି ମଧ୍ଯରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଏହାର ଗୋଟିଏ ଦିନ ପରେ ବାଂଲାଦେଶରେ ନୂଆ ସରକାର ଗଠନ ନେଇ ଚର୍ଚ୍ଚା ହେଉଛି।

ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ସହ ମଙ୍ଗଳବାର ଦିନ ସାକ୍ଷାତ କରିବେ ଛାତ୍ର ବିରୋଧୀ ନେତା। ତେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ୱ କିଏ ନେବ। କାହା ହାତରେ ଦେଶର ଶାସନ ଭାର ନ୍ୟସ୍ତ ହେବ। ସେନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ସବୁଠୁ ଆଗରେ ରହିଥିବା ବେଳେ ଏହି ରେସରେ ଆହୁରି ଅନେକ ନେତା ରହିଛନ୍ତି।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ନାଁ ମଧ୍ୟ ଏହି ରେସରେ ରହିଛି। ୧୯୯୧ରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ଖାଲେଦା।  ସେ ୧୯୯୧ରୁ ୧୯୯୬ ଏବଂ ୨୦୦୧ ଜୁନରୁ ୨୦୦୬ ଅକ୍ଟୋବର ଯାଏଁ ଶାସନ ଚଳାଇଥିଲେ।

ଏହି ରେସ୍‌ରେ ଅଛନ୍ତି ଶଫିକୁର ରେହମାନ। ବର୍ତ୍ତମାନ ସେ ବାଂଲାଦେଶ ଜମାତ-ଏ-ଇସଲାମି ମୁଖ୍ୟ ଅଛନ୍ତି। ଆଉଜଣେ ନେତା ହେଉଛନ୍ତି ଜିଏମ୍ କାଦର। ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଅଛନ୍ତି।

Comments are closed.