Latest Odisha News

BREAKING NEWS

କାହିଁକି ଜଳୁଛି ଲସ୍ ଆଞ୍ଜେଲିସ ?

ୱାଶିଂଟନ: ୩ ଦିନ ହେବ ଜଳୁଛି ଲସ ଆଞ୍ଜେଲିସ। ଆମେରିକା କାଲିଫର୍ଣ୍ଣିଆର ଲସ ଆଞ୍ଜେଲିସ ଜଙ୍ଗଲ ନିଆଁ ବଳୟ ଭିତରେ ରହିଛି। ଏହି ନିଆଁରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ଧ୍ବଂସ ହୋଇଯାଇଛି। ୪୦ ହଜାର ଏକର ଏରିଆକୁ ବ୍ଯାପିଥିବା ନିଆଁ ଲିଭିବାର ନା ନେଉନି। ଏହାକୁ ନେଇ ଲକ୍ଷାଧିକ ଲୋକ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି। ଏହି ନିଆଁରେ ପ୍ରାୟ ୮ ଆରବ ଡ଼ଲାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ତେବେ କାଲିଫର୍ଣ୍ଣିଆର ଲସ ଆଞ୍ଜେଲିସ କାହିଁକି ଜଳୁଛି ? ଆସନ୍ତୁ ଜାଣିବା..

ସାଧାରଣ ଭାବରେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଏହି ଜଙ୍ଗଲରେ ନିଆଁ ଲାଗିଥାଏ। କିନ୍ତୁ ଜାନୁଆରୀରେ ନିଆଁର ଏହିପରି ଭୟଙ୍କର ରୂପ ପ୍ରଥମ ଥର ଦେଖିବାକୁ ମିଳିଛି। ବର୍ଷ ଆରମ୍ଭରୁ କଲିଫର୍ଣ୍ଣିଆରେ ନିଆଁକୁ ବିଶେଷଜ୍ଞ ମାନେ ଜଳବାୟୁ ପରିବର୍ତ୍ତନ ବୋଲି କହିଛନ୍ତି। ଆମେରିକା ସରକାରଙ୍କ ରିସର୍ଚ ଅନୁସାରେ ଜଳବାୟୁ ବିଷାକ୍ତ ହେବା କାରଣରୁ, ଏହିପରି ଭୟାନକ ନିଆଁ ଦେଖିବାକୁ ମିଳିଛି।

ଏଥର ଲସ ଆଞ୍ଜେଲିସରେ ୬୦ ରୁ ଅଧିକ ଫାୟାର ଆଲର୍ଟ ଆସି ସାରିଛି। ଯାହା ୨୦୧୨ ମସିହା ତୁଳନାରେ ୪୦ ଗୁଣ ଅଧିକ ବୋଲି ଜାଣିବାକୁ ମିଳିଛି। ଏହା ପୂର୍ବରୁ ୨୦୨୧ ମସିହାରେ ୧୦ ରୁ ଅଧିକ ଫାୟାର ଆଲର୍ଟ ଜାରି ହୋଇଥିଲା। ଅନ୍ୟପକ୍ଷରେ ଏହି ବର୍ଷ ଥଣ୍ଡା କିମ୍ବା ଶୀତଦିନିଆ ବର୍ଷା ଦେଖିବାକୁ ମିଳୁନାହିଁ। ଅକ୍ଟୋବରରୁ ଆଜି ସୁଦ୍ଧା ଲସ ଆଞ୍ଜେଲିସରେ ମୋର ୪ % ବର୍ଷା ହୋଇଛି। ଶୁଖିଲା ଜଙ୍ଗଲ କାରଣରୁ ନିଆଁର ପ୍ରକୋପ କମୁନାହିଁ।

ଦକ୍ଷିଣ କାଲିଫର୍ଣ୍ଣିଆର ଶୁଷ୍କ ବାୟୁ ନିଆଁ ଲିଭାଇବାକୁ ଦେଉନାହିଁ। ଏହି ବାୟୁ ଦ୍ବାରା ନିଆଁ ଏତେ ମାତ୍ରାରେ ପ୍ରସାରିତ ହୋଇଛି ଯେ, ଏହାକୁ ରୋକିବା କଷ୍ଟକର ହୋଇପଡିଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପବନର ବେଗ କମ ହେବା ସହିତ, ୫୦ ରୁ ୮୦ କିମି ବେଗରେ ପ୍ରବାହିତ ହେଉଛି। ତେବେ ବର୍ତ୍ତମାନ ମଧ୍ୟ ଜଙ୍ଗଲ ଜଳିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା ମୁତବକ ନିଆଁକୁ ବର୍ତ୍ତମାନ ବି କାବୁ କରିବା କଷ୍ଟକର ବ୍ୟାପାର। ସେହିପରି ନିଆଁ ଲିଭିବା ପରେ ଚାରିଆଡେ ଆବର୍ଜନାମୟ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.