Latest Odisha News

BREAKING NEWS

ଘରେ କାହିଁକି ଓ କିପରି କରାଯାଏ କଳସ ସ୍ଥାପନା, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଶୁଭ କାର୍ଯ୍ୟ ଯେପରି, ବିବାହ, ବ୍ରତଘର, ପୂଜା ଆଦି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେବେ କାହିଁକି ଓ କେଉଁଠି ଏହି କଳସ ସ୍ଥାପନା କରାଯାଇଥାଏ, କ’ଣ ଏହାର ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା…

BjdElectrycity

ଶାସ୍ତ୍ର ଅନୁଯାୟୀ ସମୃଦ୍ଧି ପାଇଁ କଳସ ସ୍ଥାପନ କରାଯାଇଥାଏ। ତମ୍ବାଧାତୁରେ ତିଆରି କଳସକୁ ଦ୍ୱାର ସମ୍ମୁଖରେ ଦକ୍ଷିଣ ଦିଗରେ ରଖିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବା ସହ ଘରକୁ ସୁଖ ଶାନ୍ତି ଫେରି ଆସିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ, ଇଶାନ କୋଣରେ ଜଳପୂର୍ଣ୍ଣ କଳସ ସ୍ଥାପନ କଲେ ଶୁଭଫଳ ମିଳିଥାଏ। ଏହା ଘରେ ସୁଖ ସମୃଦ୍ଧି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ତମ୍ବା କିମ୍ବା ମାଟି କଳସରେ ଜଳ ପୂର୍ଣ୍ଣ କରି ଏହା ଉପରେ ଆମ୍ବଡାଳ ଏବଂ ଶ୍ରୀଫଳ ରଖନ୍ତୁ। କଳସ ଉପରେ ସ୍ବସ୍ତିକ୍‌ ଚିହ୍ନ ଆଙ୍କି ଏହା ଉପରେ ଏକ ଲାଲ୍‌ ରଙ୍ଗର କପଡ଼ା ଘୋଡ଼ାଇ ଘରର ଇଶାନ କୋଣରେ ରଖି ଦିଅନ୍ତୁ।

Leave A Reply

Your email address will not be published.