Latest Odisha News

BREAKING NEWS

ଲୋକମାନେ ଟଙ୍କା ଦେଇ ମାଟିରେ କାହିଁକି ପୋତା ହେଉଛନ୍ତି ? କଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଅନେକ ସମୟରେ ଆମେ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଗ କରିଥାଉ। କିନ୍ତୁ ଆପଣ କଣ କେବେ ଜାଣିଛନ୍ତି ଚିନ୍ତାରୁ ମୁ୍କ୍ତି ପାଇଁ ଲୋକେ ଟଙ୍କା ଖର୍ଚ୍ଚ କରି ମାଟି ତଳେ ପୋତି ହେଉଛନ୍ତି । ମଣିଷ ଜୀବନ୍ତ ଅବସ୍ଥାରେ ମାଟି ଭିତରେ ପୋତା ହେବା ଦ୍ବାରା ଶାନ୍ତି ମିଳୁଥିବା ଦାବି କରିଛନ୍ତି। ଏଭଳି ଅଭିନବ ଥେରାପି ଦ୍ବାରା ଚିନ୍ତା ସମେତ ଲୋକେ ଅନେକ ମନୋବୃତ୍ତିରୁ ମୁକ୍ତି ପାଇଥାଆନ୍ତି ।

ସୂଚନା ଅନୁଯାୟୀ ଗୋଟିଏ କମ୍ପାନୀ ଏକ ଅଜବ ଚିକିତ୍ସା ଆରମ୍ଭ କରିଛି  । ଏହି ଥେରାପି ଦ୍ବାରା ଲୋକମାନଙ୍କୁ ୨୦ ମିନିଟ୍‌ରୁ ୬୦ ମିନିଟ୍‌ ପର୍ଯ୍ୟନ୍ତ ଭୂମି ତଳେ ପୋତି ଦିଆଯାଉଛି । ଏହି ଥେରାପି ଚିକିତ୍ସା ପାଇଁ ୪୭ ଲକ୍ଷ ଟଙ୍କା ମୂଲ୍ୟ ରହିଛି । ଚିନ୍ତାରେ ପଡ଼ିଥିବା ଲୋକମାନେ ଥେରାପି ଦ୍ବାରା ଆାରାମ ପାଇଥାଆଁନ୍ତି । ତେବେ ଡେଲିଷ୍ଟାର କମ୍ପାନୀ ଅନୁଯାୟୀ ଏହି ଥେରାପୀ ସେବା ଅନଲାଇନ ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯାଉଛି  । ଏଥିସହ ଆଗ୍ରହୀ ଲୋକଙ୍କ ପାଇଁ ୧୨ ଲକ୍ଷ ଟଙ୍କାରେ ସେବା ଯୋଗାଇ ଦିଆଯାଏ । ଏହି ଥେରାପୀ ନେଉଥିବା ବ୍ୟକ୍ତି ଗୀତ ଶୁଣିବା ସହ ନିଜ ଇଚ୍ଛା ବିଷୟରେ ଲେଖିବାର ସୁଯୋଗ ପାଇଥାଆନ୍ତି ।

ଏହି ଥେରାପୀ ଆରମ୍ଭ କରିଥିବା କମ୍ପାନୀର ନାମ ହେଉଛି ପ୍ରେକେଟେଡ୍‌ ଏକାଡେମୀ । ଏହା ୟାକାଟେରିନା ପ୍ରୋବ୍ରାଜେନ୍ସକାୟା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେ କହିଛନ୍ତି ଯେ ଫ୍ୟୁନରଲ ପ୍ୟାକେଜ ଅଧୀନରେ ସେମାନଙ୍କ ନିଜର ଭୟ ଏବଂ ଚିନ୍ତାର ସାମ୍ନା କରିବାରେ ସହାୟକ ହୋଇଥାଏ । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ, ୟାକାଟେରିନା ପ୍ରୋବ୍ରାଜେନ୍ସକାୟ ଏହି ପ୍ରକ୍ରିୟାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି | ଜୀବନ୍ତ କବର ଦିଆଯିବା ସମ୍ପୂର୍ଣ୍ଣ ନିରାପଦ ବୋଲି ସେ କହିଛନ୍ତି । ଏହି ଥେରାପି ଅନୁଯାୟୀ ଗ୍ରାହକଙ୍କୁ ୨୦ରୁ ୬୦ ମିନିଟ କବର ମଧ୍ୟରେ ରଖିବା ପରେ ପୁଣି ତାଙ୍କୁ ବାହାରକୁ ବାହାର କରିଦିଆଯାଏ  ।

Leave A Reply

Your email address will not be published.