Latest Odisha News

BREAKING NEWS

କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

ଅନୁଗୁଳ : ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । ଏଭଳି ଅମାନୁଷିକ ଦୃଶ୍ୟ ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁରେ ଦେଖିବାକୁ ମିଳିଛି । ଝିଅଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଗ୍ରାମବାସୀ ମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବାଳୁଙ୍ଗା ଗାଁର ଯୁବତୀ ମାନେ କଲେଜକୁ ପାଠ ପଢିବାକୁ ଯାଉଥିବା ବେଳେ ସ୍ଥାନୀୟ ୩ ଜଣ ଯୁବକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । କଲେଜ ଛାତ୍ରୀମାନେ ଗାଁରେ କହିବା ପରେ ଗାଁ ଲୋକ ଏକାଠି ହୋଇ ଆଜି ଛକି ରହିଥିଲେ । ପୁଣି ଛାତ୍ରୀ ମାନଙ୍କୁ କମେଣ୍ଟ କରିବା ବେଳେ ଗାଁ ଲୋକ ଧରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖସି ପଳାଇଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ । ପରେ ସଂପୃକ୍ତ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଖବର ପାଇ ତାଳଚେର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଏନେଇ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ତେବେ ଯୁବକଙ୍କର ସାମାନ୍ୟ ଭୁଲ ପାଇଁ ଗ୍ରାମବାସୀଙ୍କ ଏଭଳି କଙ୍ଗାରୁକୋର୍ଟରେ ଦଣ୍ଡିତ କରିବା ଘଟଣା  ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Leave A Reply

Your email address will not be published.