ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବ । ତେବେ ଆଇପିଏଲ ଯୋଗୁ ବିିସିସିଆଇର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ ସରକାରଙ୍କର ମଧ୍ୟ ହେଉଛି । ବିସିସିଆଇ ୨୦୦୭ ପରଠାରୁ ୩୫୦୦ କୋଟି ଟଙ୍କା ଟ୍ୟାକ୍ସ ବାବଦକୁ ସରକାରଙ୍କୁ ଦେଇଛି । ବିସିସିଆଇ ଏହି ଲିଗ ମାଧ୍ୟମରେ ୪୦ ପ୍ରତିଶତ ରେଭିନ୍ୟୁ ଆୟ କରୁଛି ।
ବର୍ତମାନ ବିଶ୍ୱ କ୍ରିକେଟର ଇକୋନୋମି ୧୫ହଜାର କୋଟି ଟଙ୍କା ହେବ । ଏଥିରୁ କେବଳ ୩୩ ପ୍ରତିଶତ (୫ ହଜାର କୋଟି) ଆଇପିଏଲରୁ ଆସୁଛି । ଅନ୍ୟ ବୋର୍ଡ ମାନେ ମଧ୍ୟ ଆଇପିଏଲ ଆୟୋଜନ ନେଇ ପରୋକ୍ଷରେ ସାହାଯ୍ୟ କରୁଛନ୍ତି । ଯଦି ଆଇପିଏଲ ଠିକ୍ ଭାବେ ଆୟୋଜିତ ହୋଇଯାଏ ତାହାହେଲେ ୩ ହଜାର କୋଟିର ଲାଭ ହେବ । ଏହି ସବୁ ଦୃଷ୍ଟି କୋଣରୁ ବିଚାର କଲେ ଭାରତ ସରକାର, ବିସିସିଆଇ ଏବଂ ଆଇସିସି ଆଇପିଏଲ ବନ୍ଦ କରିବା ସପକ୍ଷରେ ନାହାନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.