ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବ । ତେବେ ଆଇପିଏଲ ଯୋଗୁ ବିିସିସିଆଇର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ ସରକାରଙ୍କର ମଧ୍ୟ ହେଉଛି । ବିସିସିଆଇ ୨୦୦୭ ପରଠାରୁ ୩୫୦୦ କୋଟି ଟଙ୍କା ଟ୍ୟାକ୍ସ ବାବଦକୁ ସରକାରଙ୍କୁ ଦେଇଛି । ବିସିସିଆଇ ଏହି ଲିଗ ମାଧ୍ୟମରେ ୪୦ ପ୍ରତିଶତ ରେଭିନ୍ୟୁ ଆୟ କରୁଛି ।ବର୍ତମାନ ବିଶ୍ୱ କ୍ରିକେଟର ଇକୋନୋମି ୧୫ହଜାର କୋଟି ଟଙ୍କା ହେବ । ଏଥିରୁ କେବଳ ୩୩ ପ୍ରତିଶତ (୫ ହଜାର କୋଟି) ଆଇପିଏଲରୁ ଆସୁଛି । ଅନ୍ୟ ବୋର୍ଡ ମାନେ ମଧ୍ୟ ଆଇପିଏଲ ଆୟୋଜନ ନେଇ ପରୋକ୍ଷରେ ସାହାଯ୍ୟ କରୁଛନ୍ତି । ଯଦି ଆଇପିଏଲ ଠିକ୍ ଭାବେ ଆୟୋଜିତ ହୋଇଯାଏ ତାହାହେଲେ ୩ ହଜାର କୋଟିର ଲାଭ ହେବ । ଏହି ସବୁ ଦୃଷ୍ଟି କୋଣରୁ ବିଚାର କଲେ ଭାରତ ସରକାର, ବିସିସିଆଇ ଏବଂ ଆଇସିସି ଆଇପିଏଲ ବନ୍ଦ କରିବା ସପକ୍ଷରେ ନାହାନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।