ବର୍ମିଂହାମ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ନିକଟରୁ ଶୋଚନୀୟ ଭାବେ ହାରିବା ଇଂଲଣ୍ଡ ଟିମକୁ ଚିନ୍ତାରେ ପକାଇ ଦେଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିକୁ ଆସି ଯାଇଛି । ମ୍ୟାଚ ପରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ଯଶପ୍ରୀତ ବୁମରାହଙ୍କ ସମ୍ପର୍କରେ ପଚରାଯିବାରୁ ସେ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ କହିଥିଲେ, ଏବେ ବୁମରାହଙ୍କୁ ନେଇ କୌଣସି ପ୍ରଶ୍ନ ପଚରା ନ ଯିବା ପର୍ଯ୍ୟନ୍ତ ପ୍ରେଦ କନଫେରେନ୍ସ ସମାପ୍ତ ହେଉନି । ରିପୋର୍ଟ ମୁତାବକ ବୁମରାହ ଜୁଲାଇ ୧୦ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟରେ ଖେଳିବେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ଷ୍ଟୋକ୍ସ ଚାପରେ ରହିଛନ୍ତି ।
ବୁମରାହ ଅଲଗା ପ୍ରକାରର ବୋଲିଂ ଆକ୍ସନରେ ବଲ ପକାଉଥିବାରୁ ତାଙ୍କ ବିପକ୍ଷରେ ଆମେ ଭଲ ଭାବେ ଅଭ୍ୟାସ କରିପାରୁ ନାହୁଁ । ତୃତୀୟ ଟେଷ୍ଟରେ ଜୋଫ୍ରା ଆର୍ଚ୍ଚରଙ୍କ ଖେଳିବେ କି ନାହିଁ ପଚରା ଯିବାରୁ ସେ କହିଥିଲେ, ଏବେଠାରୁ କହିବା ଠିକ ହେବନି । ମ୍ୟାଚ ପୂର୍ବ ଦିନ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ଆମେ ଏକ ଶୃଙ୍ଖଳିତ ଦଳ ଖୁବ ଶୀଘ୍ର ସିରିଜରେ ପ୍ରତ୍ୟାବର୍ତନ କରିବୁ ବୋଲି ଷ୍ଟୋକ୍ସ ଦୃଢ଼ତା ସହକାରେ କହିଛନ୍ତି । ଏବେ ଆମେ ଲର୍ଡସ ମୁକାବିଲା ପାଇଁ ପ୍ରସ୍ତୁତ । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଭାରତ ଜିତି ସିରିଜରେ ରୋମାଂଚ ଭରିଛି ।
Comments are closed.