Latest Odisha News

ମୁଖ୍ୟ ଶାସନ ସଚିବଙ୍କ ଏ ନୀରବତା କାହିଁକି ? 5ଟି ସଚିବଙ୍କୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯଦି ବିଭିନ୍ନ ଅଂଚଳକୁ ଯାଇ ଜିଲ୍ଲାର ବିକାଶ ଓ ସମସ୍ୟା ବୁଝିବେ ତା’ ହେଲେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ ମାନଙ୍କ ଭୂମିକା କ’ଣ ? ବ୍ୟକ୍ତିଗତ ସଚିବଙ୍କ ପାଇଁ କ’ଣ ଗସ୍ତର ପୂର୍ବ ପ୍ରସ୍ତୁତି କରାଇବା ଓ ଚେୟାର ପକାଇବା ସହ ମଂଚ ବାନ୍ଧିବା ଜନପ୍ରତିନିଧିଙ୍କ ଭୂମିକା କି ? ବ୍ୟକ୍ତିଗତ ସଚିବ ସ୍ୱତନ୍ତ୍ର ପ୍ଲେନ ଓ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲାକୁ ଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ସଭା ଓ ସମିତି ନାଁରେ କୋଟି କୋଟି ଟଙ୍କା କରୁଛନ୍ତି, ଏହା ଠିକ କି ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନାଟକୀୟ ଢଙ୍ଗରେ ଲୋକ ସମସ୍ୟାକୁ ବୁଝିବାର ବାହାନା କରି ଆତ୍ମପ୍ରଚାର କରିବା ପରି ମନେ ହେଉନି କି ? ଏହାର ଉତ୍ତର ମୁଖ୍ୟ ଶାସନ ସଚିବ ରଖନ୍ତୁ ବୋଲି ପୁଣି ଦାବି କରିଛି ବିଜେପି ।
BjdElectrycity
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଏଥର ବିଜେପି ଟାର୍ଗେଟ କରିଛି ମୁଖ୍ୟଶାସନ ସଚିବଙ୍କୁ  । ରାଜ୍ୟର ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି କହିଛି ବିଜେପି । ମୁଖ୍ୟ ଶାସନ ସଚିବ ଯେଉଁ କାର୍ଯ୍ୟ ନ କରିବା କଥା, ସେହି କାର୍ଯ୍ୟରେ ତାଙ୍କର ଆଗ୍ରହ ବେଶୀ ଦେଖାଯାଉଛି  ।   ରଥଯାତ୍ରାର ସୁନାବେଶ ଦିନ ସେ ଗଣମାଧ୍ୟମରେ ଟ୍ରାଫିକ ବିଭାଗର ମୁଖ୍ୟଙ୍କ ପରି ସେ ବିବୃତି ଦେଉଥିଲେ, ଯାହା ମୁଖ୍ୟ ଶାସନ ସଚିବଙ୍କ ପାଖରେ ଶୋଭା ପାଏନି  ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତୟ ସତ୍ୟବ୍ରତ ପଣ୍ଡା ।
ସେ କହିଛନ୍ତି,   ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି । ସେହିପରି କୋଟି କୋଟି ଟଙ୍କା ଜବତ ହୋଇଥିବା ଲାଂଚୁଆ ଅଫିସର ଓ ହତ୍ୟା ଅଭିଯୁକ୍ତଙ୍କ ସହିତ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ରାଜ୍ୟରେ ୫ଟିର ସ୍ୱଚ୍ଛତା ପ୍ରଟି ସନ୍ଦେହ ସୃଷ୍ଟି କରିଛି । ଶାସକ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦର ସଦସ୍ୟ, ସରପଂଚ  ଏମାନଙ୍କର ଆଜି ଦିନରେ କାର୍ଯ୍ୟ କ’ଣ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟକ୍ତିଗତ ସଚିବ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗର ପତ୍ର କେନ୍ଦ୍ରର ଡିଓପିଟି ବିଭାଗରୁ ଆସିବା ପରେ ମଧ୍ୟ ମୁଖ୍ୟ ଶାସନ ସଚିବ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।
 ଶ୍ରୀ ପଣ୍ଡା କହିଛନ୍ତି,  କିଛି ଦିନ ତଳେ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏ ସମ୍ପର୍କରେ ଭାରତ ସରକାରଙ୍କ ଡିଓପିଟି ବିଭାଗରେ ଗୋଟିଏ ଅଭିଯୋଗ କରିଥିଲେ, ଯାହାର ଚିଠି ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଁଚିଛି । ଅନୁରୂପ ଭାବେ ସେ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକଳାପ ବାବଦରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦୁଇଟି ଅଭିଯୋଗ ପତ୍ର ଡିଓପିଟିକୁ ଅବଗତ କରାଇଥିଲେ । ତାହାର ଉତ୍ତର ମଧ୍ୟ ମୁଖ୍ୟ ଶାସନ ସଚିବ ଓ ତାଙ୍କ ପାଖକୁ ଆସିଛି । ଅନ୍ୟ ଦଳର ନେତୃବୃନ୍ଦ ଏ ସମ୍ପର୍କରେ ଅଭିଯୋଗ ଦେଇଛନ୍ତି ଓ ତାଙ୍କ ଅଭିଯୋଗ ପତ୍ର ଆଧାରରେ ରାଜ୍ୟ ସରକାରଙ୍କ ପାଖକୁ ସେ ପତ୍ରର ପ୍ରତ୍ୟୁତର ମଧ୍ୟ ଆସିଥିବ ବୋଲି ଅନୁମାନ । ଏ ସବୁର ପତ୍ର ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଜିଏ ଡିପାର୍ଟମେଂଟର ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ପାଖକୁ ଯାଇଛି ବୋଲି ଆମ ପାଖରେ ଖବର ଅଛି । ସୁରେନ୍ଦ୍ର କୁମାର ଏ ପର୍ଯ୍ୟନ୍ତ ସେହି ଚିଠି ଗୁଡିକୁ କେବଳ ନିଜ ପାଖରେ ରଖି ଆତ୍ମସନ୍ତୋଷ ପ୍ରକାଶ କରୁଛନ୍ତି  ବୋଲି ଅଭିଯୋଗ ଆଣିଛନ୍ତି ସତ୍ୟବ୍ରତ ପଣ୍ଡା ।  ରାଜ୍ୟର ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଶ୍ରୀ ପଣ୍ଡା କହିଛନ୍ତି ।
ସେହିପରି, ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ର ବ୍ୟକ୍ତିଗତ ସଚିବଙ୍କ ଉପରେ  ଯେଉଁ ଭଳି  ବକ୍ତବ୍ୟ ରଖିଛନ୍ତ ତାକୁ ନେଇ ମଧ୍ୟ  ସମଲୋଚନା କରିଛନ୍ତି ଶ୍ରୀ ପଣ୍ଡା ।   ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡାଙ୍କ ସହ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।
Leave A Reply

Your email address will not be published.