ଭୁବନେଶ୍ବର: ଗ୍ରୀଷ୍ମ ଋତୁ ଆସିଗଲାଣି। ଏବେ ଘରେ ଘରେ ଏସି ଏବଂ କୁଲର ଅନ୍ ହେଲାଣି । ଏହା ଗରମରୁ ଆରାମ ଦିଏ। ତେବେ ଜାଣିଛନ୍ତି କି କୁଲର ବ୍ୟବହାର କରିବା ସମୟରେ, ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର । କାରଣ ଆମେ ଅନେକ ସମୟରେ ଦେଖିଛୁ କୁଲରରୁ ଥଣ୍ଡା ପବନ ବଦଳରେ ଗରମ ପବନ ଆସିଥାଏ । ଯଦି ଆପଣଙ୍କ କୁଲରରୁ ସମ୍ପୂର୍ଣ୍ଣ ଥଣ୍ଡା ପବନ ପାଉନାହାଁନ୍ତି ତେବେ ଆପଣ ମଧ୍ୟ କିଛି କିଛି ଭୁଲ କରୁଛନ୍ତି।
କୁଲରରୁ ଥଣ୍ଡା ପବନ ଚାହୁଁଛନ୍ତି, ତେବେ ଏଥିରେ ସଠିକ୍ ପରିମାଣର ପାଣି ଭର୍ତ୍ତି କରନ୍ତୁ । ଯଦି ଟାଙ୍କିରେ ପାଣି କମ୍ ଥାଏ, ତେବେ କୁଲରର କୁଲିଂ ପ୍ୟାଡ୍ ଶୁଖିଯାଏ, ଯାହା ଦ୍ୱାରା ଫ୍ୟାନ୍ କେବଳ ଗରମ ପବନ ଦେଇଥାଏ । ଏପରି ପରିସ୍ଥିତିରେ, କୁଲର ଟାଙ୍କିକୁ ଚେକ୍ କରି ପାଣି ଭର୍ତ୍ତି କରିବା ଉଚିତ୍ ।
ସେହିପରି ବହୁତ ଦିନ ଧରି କୁଲିଂ ପ୍ୟାଡ୍ ସଫା କରିନାହାଁନ୍ତି ତେବେ କୁଲରରୁ ଥଣ୍ଡା ପବନ ବଦଳରେ ଗରମ ପବନ ଆସିଥାଏ । ତେଣୁ, ସମୟ ସମୟରେ ପ୍ୟାଡଗୁଡ଼ିକୁ ସଫା କରିବା ଦରକାର ଏବଂ ଆବଶ୍ୟକ ହେଲେ ବଦଳାଇବା ଉଚିତ୍ । ଫଳରେ କୁଲିଂ ପ୍ୟାଡ୍ ପାଣି ଶୋଷି ପାରିବ ଏବଂ ଥଣ୍ଡା ପବନ ପ୍ରଦାନ କରିବ।
ଯଦି ତାପମାତ୍ରା ଅତ୍ୟଧିକ ବଢି ଯାଏ ଓ ବାୟୁ ଅତ୍ୟଧିକ ଗରମ ହୋଇଯାଏ, ତେବେ କୁଲରର ଶୀତଳୀକରଣ କ୍ଷମତା କମିଯାଏ। ଏପରି ସମୟରେ କୁଲରରୁ ଥଣ୍ଡା ପବନ ପାଇବା ପାଇଁ, ଆପଣ ଥଣ୍ଡା ପାଣି କିମ୍ବା ବରଫ ପକାଇପାରିବେ। ଏହା ଦ୍ଵାରା ଶୀତଳତା ବୃଦ୍ଧି ପାଇବ ।
ବିଶେଷ କରି ଧ୍ୟାନ ଦେବେ କୁଲର ଚଲାଇବା ସମୟରେ କୋଠରୀର ଝରକା କିମ୍ବା ଦ୍ୱାର ଖୋଲା ଥିବା ଜରୁରୀ ଅର୍ଥାତ୍ କୋଠରୀରେ ପବନର ଉପଯୁକ୍ତ ସଞ୍ଚାଳନ ହେଉଥିବ । ଫଳରେ କୁଲର ଥଣ୍ଡା ପବନ ଦେବ ।
Comments are closed.