Latest Odisha News

ଜାଣନ୍ତୁ, ‘ଦାଦା ସାହେବ ଫାଲକେ’ଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବାକୁ ଯାଉଛି ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’। ତେବେ କଣ ଆପଣ ଜାଣନ୍ତି କିଏ ଏହି ‘ଦାଦା ସାହେବ ଫାଲକେ’ ? ଆଉ କାହିଁକି ତାଙ୍କ ନାମରେ ଦିଆଯାଉଥିବା ପୁରସ୍କାରକୁ, ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଭାବେ ବିବେଚିତ କରାଯାଇଥାଏ ? ତେବେ ପଢନ୍ତୁ…

ଦାଦା ସାହେବଙ୍କୁ ଭାରତୀୟ ସିନେମାର ଜନ୍ମଦାତା ବୋଲି କୁହାଯାଏ। ୧୮୭୦ ମସିହା ଏପ୍ରିଲ ୩୦ତାରିଖରେ ଜନ୍ମ ନିଅନ୍ତି ଦାଦା ସାହେବ ଫାଲକେ । ୧୯୧୩ ମସିହାରେ ସେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ଏକ ପୂର୍ଣ୍ଣାଙ୍ଗ ଚଳଚିତ୍ର ନିର୍ମାଣ କରିଥିଲେ।

ମାତ୍ର ୧୯ ବର୍ଷରେ ସେ ନିର୍ମାଣ କରିଥିଲ ୯୫ଟି ଫିଲ୍ମ ଓ ୨୭ଟି ସର୍ଟ ଫିଲ୍ମ ।

ସେ ଏକାଧାରରେ ଜଣେ ନିର୍ଦ୍ଦେଶକ, ପ୍ରଡ୍ୟୁସର ଓ ସ୍କ୍ରିନ୍ ରାଇଟର ଥିଲେ। ତେବେ ଦାଦା ସାହେବ ନାମରେ ପରିଚିତ ଏହି ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କ ବାସ୍ତବ ନାମ ଥିଲା ‘ଧୁନ୍ଦିରାଜ ଗୋବିନ୍ଦ ଫାଲକେ’।

ସେ ଅନେକ ଚଳଚିତ୍ର ନିର୍ମାଣ କରିଥିଲେ ମଧ୍ୟ ଫିଲ୍ମ ‘ଲାଇଫ ଅଫ କ୍ରିଷ୍ଟ’ ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା। ନିଜ ପତ୍ନୀଙ୍କ ଠାରୁ ଟଙ୍କା ଉଧାର ଆଣି ସେ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲେ ।

ରାଜା ହରିଶ୍ଚନ୍ଦ୍ର ସିନେମାରୁ ଫାଲକେ ଆରମ୍ଭ କରିଥିବା ଯାତ୍ରା ଶେଷ ନିର୍ବାକ ଚଳଚିତ୍ର ଥିଲା ‘ସେତୁ ବନ୍ଧନ’ ରେ ସମ୍ପୁର୍ଣ୍ଣ ହୋଇଥିଲା । ଏହି ଫିଲ୍ମ ଶେଷ ହେବା ପରେ ୧୬ ଫେବୃଆରୀ ୧୯୪୪ରେ ତାଙ୍କର ପରଲୋକ ହୋଇଥିଲା।

ଭାରତୀୟ ସିନେମା ଲାଗି ଦାଦାସାହେବଙ୍କ ଐତିହାସିକ ଯୋଗଦାନ ଲାଗି ଭାରତ ସରକାର ୧୯୬୯ ମସିହାରେ ତାଙ୍କ ସମ୍ମାନରେ ‘ଦାଦା ସାହେବ ଫାଲକେ’ ପୁରସ୍କାର ଆରମ୍ଭ କରିଥିଲେ। ଏହି ପୁରସ୍କାର ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ମଧ୍ୟରେ ପ୍ରମୁଖ ଅଟେ। ଭାରତୀୟ ସିନେମାର ଅଭିବୃଦ୍ଧି ଓ ଉନ୍ନତି କ୍ଷେତ୍ରରେ ଜୀବନବ୍ୟାପୀ ସାଧାନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ସର୍ବପ୍ରଥମେ ‘ଦେବୀକାରାଣୀ ଚୌଧୁରୀ’ ଏହି ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

Leave A Reply

Your email address will not be published.