Latest Odisha News

BREAKING NEWS

ସାଢ଼େ ୯ ଘଣ୍ଟାର ଜେରା ପରେ ସିବିଆଇକୁ କାହିଁକି ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ୍ ?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାଢ଼େ ୯ ଘଣ୍ଟା ଧରି ଜେରା କରିଥିଲା । ସିବିଆଇ ଜେରା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ସିବିଆଇକୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ‘ଜେରା ପାଇଁ ସିବିଆଇ ଅଫିସରେ ଦିନ ୧୧ଟାରେ ପହଞ୍ଚିଥିଲି । ସିବିଆଇ ଅଧିକାରୀ ପୂରା ସମ୍ମାନର ସହ ପ୍ରଶ୍ନ କରିଥିଲେ ।‘

ସିବିଆଇର ଆତିଥ୍ୟତାକୁ କେଜ୍ରିୱାଲ୍ ପ୍ରଶଂସା କରି କହିଛନ୍ତି, ମଦ ଦୁର୍ନୀତି କଥା ସମ୍ପୂର୍ଣ୍ଣ ମିଛ । ଏହା ରାଜନୈତିକ ପ୍ରଣୋଦିତ । ଆମେ ମରିଯିବୁ ପଛେ ମାନବିକତା ହରାଇବୁ ନାହିଁ । ଦିଲ୍ଲୀ ଓ ପଞ୍ଜାବରେ ହେଉଥିବା ଭଲ ଓ ବିକାଶମୂଳକ କାର୍ଯ୍ୟ ହେଉଛି । ଯାହାକି ସେମାନେ କରାଇ ଦେବାକୁ ଚାହୁଁ ନାହାନ୍ତି ।

୩୦ ବର୍ଷ ଶାସନରେ ଗୁଜରାଟରେ ଗୋଟିଏ ବିଦ୍ୟାଳୟ ଖୋଲି ନାହାନ୍ତି । ଆମେ କରୁଥିବା ଭଲ କାମ ସେ କରିପାରିବେ ନାହିଁ । ତେଣୁ ତାଙ୍କ ପାଖେ ଗୋଟିଏ ଉପାୟ ଆମକୁ ବଦନାମ କରିବେ, ହଇରାଣ ହରକତ କରିବେ । ଲୋକ ପଚାରୁଛନ୍ତି ଆମ୍ ଆଦମୀ ପାର୍ଟି କରୁଛି, ଆପଣ କାହିଁକି କରୁ ନାହାନ୍ତି । ଏବେ ଏହି କଥାର ଚର୍ଚ୍ଚାର ସାରା ଦେଶରେ ହେଉଛି ।

ଦିଲ୍ଲୀ ଓ ପଞ୍ଜାବରେ ସରକାର ପରେ ଆପ୍ ଏବେ ଜାତୀୟ ଦଳରେ ପରିଣତ ହୋଇଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଜେରାରେ ସିବିଆଇ କଣ ସବୁ ପଚାରିଲା ସେ କଥା କେଜ୍ରିୱାଲ୍ କହିଛନ୍ତି । ସାଢ଼େ ୯ ଘଣ୍ଟାର ଜେରାରେ କେଜ୍ରିୱାଲଙ୍କୁ ସିବିଆଇ ୫୬ଟି ପ୍ରଶ୍ନ କରିଥିବା ସେ କହିଛନ୍ତି । ତେବେ ମାମଲା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Leave A Reply

Your email address will not be published.