Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ସେବା ଓ ସେବକ ପରମ୍ପରାର ଆଲୋଚନା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟକର ଓ ଗୁରୁତ୍ୱପୂର୍ଣ୍ଣ । କାରଣ ଏଭଳି ସେବାର ନମୁନା ଅତ୍ୟନ୍ତ ବିରଳ. ଆଜି ସେହି ସେବା ଯୋଗାଉଥିବା ଦୁଇ ପ୍ରକାର ସେବକଙ୍କ ବିଷୟରେ ଆଲୋଚନା କରିବା । ପ୍ରଥମେ”କୋଠଭୋଗ ଯୋଗାଣିଆ “ଏମାନେ ଶାଢ଼ୀବନ୍ଧା ଶୁଦ୍ର ସେବକ, ତଥା ଏମାନଙ୍କ ସେବା ବଂଶାନୁକ୍ରମିକ ଅଟେ। ଏମାନେ ପ୍ରତ୍ୟେକ ଦିନ କୋଠ ଗୋଦାମରୁ ଗୁଡ଼, ଘିଅ, ଭୋଗ ଜିନିଷ, କାଠ ଇତ୍ୟାଦି ରୋଷଘରକୁ ନେଇ ରୋଷ ପାଇକ ଜିମାରେ ଦିଅନ୍ତି। ସେହିପରି ଗୋଦାମରୁ ଚାଉଳ ନେଇ ଚାଉଳ ବଛା କରଣଙ୍କୁ ଦିଅନ୍ତି। ରଥଯାତ୍ରାରେ ସ୍ୱତନ୍ତ୍ର ଭାବେ ସବୁ କୋଠ ଭୋଗ ଜିନିଷ ଶ୍ରୀମନ୍ଦିର ଗୋଦାମରୁ ନେଇ ଗୁଣ୍ଡିଚା ଘର ରୋଷଘରେ ଦେବେ। ଚନ୍ଦନ ଯାତ୍ରାରେ କୋଠ ଭୋଗ ଦ୍ରବ୍ୟ ଗୋଦାମ ଘରୁ ନେଇ ଯୋଗାଇବେ। ସର୍ବୋପରି ନବାଙ୍କ ଦିନ ଚାଉଳ ମେଳଣ ଉତ୍ସବ କରାଇଥାନ୍ତି। ଏବେ ଜାଣିଆଉ ଜଣେ ନିଆରା ସେବକ “ପାଇକ “ଙ୍କ ବିଷୟରେ ଏମାନେ ଶାଢ଼ୀବନ୍ଧା ସେବକ ନୁହଁନ୍ତି। କିନ୍ତୁ ସେବା ବଂଶାନୁକ୍ରମିକ ଅଟେ। ସାଧାରଣତଃ ଏମାନେ ଡକାହକା କରୁଥିବା ଚର୍ଚ୍ଚା ସେବକ। ଦଳେଇ ଦଳବେହେରାଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଯେତେବେଳେ ଯେଉଁ ସେଵା ପାଇଁ ସେବକଙ୍କ ଆବଶ୍ୟକ ପଡେ ସେହି ସେବକଙ୍କୁ ସାହିକୁ ଯାଇ ଡାକିଆଣି ସେବାରେ ହାଜର କରନ୍ତି।

ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ନୃସିଂହ ଓ ଲଷ୍ମୀଙ୍କ ଦେଉଳରେ ବାହାର ଦେଉଳି ଭୋଗ ଉଠାଇ ପୂଜାପଣ୍ଡାଙ୍କୁ ଡାକିଥାନ୍ତି। ଚନ୍ଦନମଣ୍ଡପ ଓ ଗୁଣ୍ଡିଚା ଘରେ ମଧ୍ୟ ଅନୁରୂପ କାର୍ଯ୍ୟ ଗୁଡିକ କରିଥାନ୍ତି। ଭୋଗମଣ୍ଡପରେ ଯେତେ ଅଧିବାସ ହେବ ତାକୁ ଜଗି ରହିବେ। ସର୍ବୋପରି ବିମଳାଙ୍କ ଷୋଳ ପୂଜା ସଙ୍ଖୁଡି ଭୋଗ ପଶ୍ଚିମ ଦ୍ୱାର ବାଟେ ବାହାର କରିବେ। ଆଗାମୀ ଅଧ୍ୟାୟ ରେ ଜାଣିବା ଏଭଳି ଆଉ କିଛି ସେବକଙ୍କ ବିଷୟରେ ଜାଣିବା ଏବେ କରିବା ଆରାଧନା ଓ ଭାଗବତ ପଠନ ।

ଯେ ଉଚ୍ଚ ନୀଚ ଦେହଧାରୀ
ଏ ପଞ୍ଚ ମହାଭୁତେ କରି ।
ସୃଷ୍ଟି କରଇ ଭଗବାନ
ସେ ମାୟା ପ୍ରକାଶେ ପ୍ରଧାନ ।
ଜୀବର ଭୋଗା ଭୋଗ ପାଇଁ
ଦଶଇନ୍ଦ୍ରିୟ ମନ ହୋଇ ।

ଜୟ ଜଗନ୍ନାଥ (ଦ.ତ୍ରି.ଉବାଚ )

Leave A Reply

Your email address will not be published.