Latest Odisha News

କାହିଁକି ବିଜେଡି ଛାଡିଲେ ସୁନିତା? କହିଦେଲେ ଭିତିରି କଥା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଆଜି ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ହେଲେ ସୁନିତା ହଠାତ୍ ବିଜେଡି ଛାଡିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି କାହିଁକି ଦଳ ଛାଡିଲେ ସୁନିତା?

ଏନେଇ ସୁନିତାଙ୍କ ପ୍ରତିକ୍ରିୟା ଆସିଛି। ବିଜେଡି ପୋଲ୍‌ ଖୋଲିଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ବାଳ। ସେ କହିଛନ୍ତି, ନବୀନ ବାବୁ ମୋତେ ଡାକିକି ବିଜେଡିରେ ମିଶାଇଥିଲେ।ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା। କେବଳ ଲୋକ ଯୋଗାଡ଼ କରିବାକୁ ବ୍ୟବହାର କରାଗଲା। ପୋଷ୍ଟର ମାରିଲେ ବି ମୋତେ ଅନୁମତି ନେବାକୁ କୁହାଗଲା। ମୋତେ ଗୁରୁତ୍ବ ଦେଲେନି, ତେଣୁ ଆଲୋଡ଼ା ଅନୁଭବ କରି ବିଜେଡି ଛାଡ଼ିଲି ବୋଲି କହିଲେ ସୁନିତା।

୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ସୁନୀତା ନିର୍ବାଚନ ଲଢିଥିଲେ । ୨ ଲକ୍ଷ ୭୭ ହଜାର ଭୋଟ ସେ ପାଇଥିଲେ । ୨୦୨୪ ନିର୍ବାଚନରେ ସୁନୀତା କଂଗ୍ରେସରେ ଯୋଗ ଦେବା ଖବର ଆସିଥିଲା । ହେଲେ ସେତେବେଳେ ସେ କଂଗ୍ରେସରେ ମିଶିନଥିଲେ। ପୁଣିଥରେ ସୁନୀତା ଆଜି ବିଦ୍ଧିବଦ୍ଧଭାବେ ବିଜେଡି ଶିବିର ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ରାହୁଲଙ୍କ ଗସ୍ତ ପୂର୍ବରୁ ସୁନୀତା କଂଗ୍ରେସରେ ସାମିଲ ହୋଇଥିବାରୁ କଂଗ୍ରେସ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଦଳକୁ ମଜବୁତ କରିବା ପାଇଁ ଚେଷ୍ଟା କରିବି, ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବି ବୋଲି ସୁନୀତା କଂଗ୍ରେସରେ ମିଶିବା ପରେ କହିଛନ୍ତି ।

Comments are closed.