Latest Odisha News

ବିରାଟ କାହିଁକି ଛାଡିଥିଲେ ଅଧିନାୟକ ପଦ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ କାହିଁକି ଛାଡିଲେ ସେ ନେଇ ବୟାନ ଦେଇଛନ୍ତି । ବିସିସିଆଇ ବିରାଟଙ୍କୁ ଟେଷ୍ଟ ଅଧିନାୟକ ପଦ ନ ଛାଡିବା ପାଇଁ ବାରମ୍ବାର ଅନୁରୋଧ କରିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଅବସରରେ ଅବଶ୍ୟ କୋହଲି ଏକ ପ୍ରେସ କନଫେରେନ୍ସରେ ଏହାକୁ ଖଣ୍ଡନ କରିଥିଲେ ।

ଗାଙ୍ଗୁଲି ମଙ୍ଗଳବାର କହିଛନ୍ତି କୋହଲି ଅଧିନାୟକ ପଦ ଛାଡିବା ନେଇ ବିସିସିଆଇ ପ୍ରସ୍ତୁତ ନ ଥିଲା । କୋହଲିଙ୍କ ନେତୃତ୍ୱରେ ଭାରତ ୧୮ ଟେଷ୍ଟ ସିରିଜ ଜିତିଥିଲା । ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବାରେ ସେ ପ୍ରଥମ ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ । କୋହଲି ଦକ୍ଷିଣ ଆଫ୍ରିକା ସିରିଜ ପରେ କାହିଁକି ଅଧିନାୟକ ପଦ ଛାଡିଲେ ତାହା ସେ ସ୍ପଷ୍ଟ କରିପାରିବେ । ସେ ହଠାତ ଏହି ପଦ ଛାଡିବା ଯୋଗୁ ରୋହିତ ଶର୍ମାଙ୍କ ବ୍ୟତୀତ ବିସିସିଆଇ ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିଲା ।

୨୦୨୧ରେ କୋହଲିଙ୍କୁ ଦିନିକିଆ ନେତୃତ୍ୱ ପଦରୁ ହଟା ଯାଇଥିଲା । ସେ ଟି୨୦ ଏବଂ ଟେଷ୍ଟ ଦାୟିତ୍ୱ ପୂର୍ବ ଭଳି ବଜାୟ ରଖିଥାନ୍ତି । ମାତ୍ର କୋହଲି ପ୍ରଥମେ ଟି୨୦ରୁ ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଚୟନକମିଟି କୋହଲିଙ୍କ ନିକଟରେ ଏ ନେଇ ଆଲୋଚନା କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ସେ ଏହାର ଜବାବରେ କହିଥିଲେ ମାତ୍ର ୯୦ ମିନିଟ ପୂର୍ବରୁ ମୋ ସ୍ଥାନରେ ରୋହିତ ଅଧିନାୟକ ହେବେ ବୋଲି କୁହା ଯାଇଥିଲା । ଯାହା ମୋ ପାଇଁ ଗ୍ରହଣୀୟ ହୋଇ ନ ଥିଲା । କୋହଲି ଟେଷ୍ଟରେ ଭାରତକୁ ୪୦ଟି ମ୍ୟାଚରେ ବିଜୟୀ କରାଇଛନ୍ତି । ସେ ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ୧୩ଟି ଅଧିକ ମ୍ୟାଚ ଜିତାଇଛନ୍ତି । ଗ୍ରେମ ସ୍ମିଥ, ରିକି ପଂଟି ଓ ଷ୍ଟିଭ ୱ କେବଳ ତାଙ୍କଠାରୁ ଆଗରେ ରହିଛନ୍ତି ।

Comments are closed.