Latest Odisha News

ପବରେ ପ୍ରେମିକା ପାଇଁ ପ୍ରେମିକର ତୁମୁଳକାଣ୍ଡ, ୫ ଗିରଫ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ହୋଟେଲର ପବ ଆଗରେ ଗତକାଲି ରାତିରେ ତୁମୁଳକାଣ୍ଡ। ଭଙ୍ଗାରୁଜା କରିବା ଏବଂ କ୍ଷତି ପହଞ୍ଚାଇଥିବା ଅଭିଯୋଗରେ ପୋଲିସ ଏବେ ପ୍ରେମିକ ସମେତ ୫ ଯୁବକଙ୍କୁ ଗିରଫ କରିଛି।

ଜଣେ ଜିଦଖୋର ପ୍ରେମିକ କିଛି ସହଯୋଗୀଙ୍କ ସହ ମିଶି ପବ ଆଗରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ତାଙ୍କ ପ୍ରେମିକା ତାଙ୍କ ପୂର୍ବତନ ପ୍ରେମିକଙ୍କ ସହ ଥିବା ଜାଣିବା ପରେ ଏହି ଘଟଣା ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ପ୍ରେମିକା ତାଙ୍କ ପୂର୍ବତନ ବୟଫ୍ରେଣ୍ଡଙ୍କ ସହ ପବରେ ଥିବା ଜାଣିବା ପରେ ଏବଂ ମଦ୍ୟପାନ କରି ପ୍ରେମିକ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେହି ପ୍ରେମିକ ଜଣଙ୍କ ଘଟଣାସ୍ଥଳରୁ ପଳାଇଥିଲେ। ଏହାପରେ ଯୁବକ ଜଣକ ଯୁବତୀଙ୍କୁ ବୁଝାସୁଝା କରୁଥିଲେ। ଏହି ସମୟରେ ପବ୍ କର୍ମଚାରୀମାନେ ହସ୍ତକ୍ଷେପ କରିବାରୁ ସ୍ଥିତି ଉତ୍ତେଜନା ମୂଳକ ହୋଇଥିଲା।

ଏହାପରେ ରାଗରେ ଯୁବକ ଜଣଙ୍କ ପବର କିଛି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସହଯୋଗୀଙ୍କ ସହାୟତାରେ ପବ୍ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ଏପରିକି ପ୍ରତିଷ୍ଠାନ ବାହାରେ ପାର୍କିଂ ହୋଇଥିବା ଗାଡିକୁ ମଧ୍ୟ ଟାର୍ଗେଟ କରିଥିଲେ ଏହି ଯୁବକ ଗୋଷ୍ଠୀ।

ପବ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ପୂରା ଦୃଶ୍ୟ। ଏହାପରେ ହୋଟେଲ୍ କର୍ମଚାରୀମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ମୋଟ୍ ପ୍ରେମିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.