ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ୩୩ କୋଟି ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । କିନ୍ତୁ ସର୍ବତ୍ର ମୁଖ୍ୟତଃ ତ୍ରୀଦେବ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କୁ ପୂଜା କରାଯାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ଦେବତା ଏପରି ଅଛନ୍ତି ଯାହାଙ୍କୁ କେବଳ ଦେବତା କି ନରନାରୀ ନୁହେଁ ଏବଂ ରାକ୍ଷସମାନେ ମଧ୍ୟ ପୂଜା କରନ୍ତି। ଆଜ୍ଞା ହଁ । ସେ ହେଉଛନ୍ତି ପ୍ରଭୁ ମହାଦେବ୍ । ଭଗବାନ ଶିବ ହିଁ ଏକମାତ୍ର ଦେବତା ଯାହାଙ୍କ ଆଗରେ ସମସ୍ତ ଦେବତା ଏବଂ ରାକ୍ଷସମାନେ ନତମସ୍ତକ ହୁଅନ୍ତି । ଦୁଇଟି ବିପରୀତ ଶକ୍ତି କାହିଁକି ଗୋଟିଏ ଦେବତାଙ୍କୁ ପୂଜା କରନ୍ତି ତାହା ପଛରେ ମଧ୍ୟ ରହିଛି ଏକ ରହସ୍ୟ। ଯାହାକୁ ବୁଝିବା ପାଇଁ ପ୍ରଥମେ ଭଗବାନ ଶିବଙ୍କ ବିଶାଳ ସ୍ଵରୂପକୁ ବୁଝିବାକୁ ପଡିଥାଏ । ବାସ୍ତବରେ ଭଗବାନ ଶିବ ହେଉଛନ୍ତି ଜଣେ ଯୋଗୀ। ତାଙ୍କର ନିଜସ୍ଵ ବୋଲି କିଛି ନଥାଏ କିନ୍ତୁ ସମଗ୍ର ଦୁନିଆ ହିଁ ତାଙ୍କର।
ଭଗବାନ ଶିବଙ୍କ ପାଇଁ, ଏହି ପୃଥିବୀର ପ୍ରତ୍ୟେକ ଜୀବ ସମାନ। ଶିବ ପୁଣ୍ୟାତ୍ମା ଏବଂ ପତିତ, ତପସ୍ୱୀ ଏବଂ ଭୋଗୀ, ସ୍ରଷ୍ଟା ଏବଂ ସଂହାରକାରୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରନ୍ତି ନାହିଁ। ଶିବଙ୍କ ପାଇଁ, ଭକ୍ତି ହେଉଛି ଏକମାତ୍ର ଗୁଣର ମାପକାଠି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ରାକ୍ଷସମାନଙ୍କ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ରାଜା ତଥା ଲଙ୍କାର ରାଜା ରାବଣ। ରାବଣର ଆସୁରିକ ପ୍ରବୃତ୍ତି ସତ୍ତ୍ୱେ ମଧ୍ୟ ସେ ଶିବଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ। ସେ ଶିବ ତାଣ୍ଡବ ସ୍ତୋତ୍ରମ୍ ରଚନା କରିଥିଲେ, ଯାହା ଏବେ ବି ଶିବଙ୍କ ପୂଜାରେ ବ୍ୟବହୃତ ହୁଏ।
ରାବଣର ଅସୁର ପରିଚୟ ହେତୁ ମଧ୍ୟ ତାଙ୍କ ଭକ୍ତିକୁ ପ୍ରତ୍ୟାଖ୍ୟାନ କରିନଥିଲେ ଭଗବାନ ଶିବ । ଏହି ନିରପେକ୍ଷତା ଏକ ଉଚ୍ଚତର ଆଧ୍ୟାତ୍ମିକ ନୀତିକୁ ପ୍ରତିଫଳିତ କରେ। ଶିବ ଆମକୁ ଶିକ୍ଷା ଦିଅନ୍ତି ଯେ, ଆମର ସଚ୍ଚୋଟତା, ଆମର କାର୍ଯ୍ୟ ଏବଂ ସତ୍ୟ ସହିତ ଆମର ସମ୍ପର୍କ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ। ଭଗବାନ ଶିବ ହେଉଛନ୍ତି ଦେବତାଙ୍କ ମଧ୍ୟରେ ସର୍ବୋଚ୍ଚ ଦେବତା। ସେ ବିପରୀତ ମେରୁକୁ ସଂଯୋଗ କରୁଥିବା ଏକ ସେତୁ। ସେ ହେଉଛନ୍ତି ଅର୍ଦ୍ଧନାରୀଶ୍ୱର, ପୁରୁଷ ଏବଂ ସ୍ତ୍ରୀ ଉଭୟ ଶକ୍ତିର ଅବତାର। ଶିବ ଜଣେ ତପସ୍ୱୀ ଏବଂ ଗୃହସ୍ଥ ମଧ୍ୟ । ଶିବ ଜଣେ ମହାନ ଯୋଗୀ କିନ୍ତୁ ସେ ସୃଷ୍ଟି ଏବଂ ଦେବୀ ପାର୍ବତୀଙ୍କୁ ଅସୀମ ଭଲ ପାଆନ୍ତି।
ଦୁନିଆକୁ ରକ୍ଷା କରିବା ପାଇଁ ବିଷ ପାନ କରିଥିଲେ, କିନ୍ତୁ ଏହି ବିଷ ଦ୍ଵାରା ପ୍ରଭାବିତ ହୋଇନଥିଲେ । ଶିବ ଆମକୁ ଏହା ମଧ୍ୟ ମନେ ପକାଇ ଦିଅନ୍ତି ଯେ ବିନାଶ ବିନା ସୃଷ୍ଟି ଅସମ୍ଭବ । ଏକାଠି ରହିବା ହେଉଛି ବିଶ୍ୱକୁ ଚଳାଇବାର ସର୍ବୋତ୍ତମ ଉପାୟ। ଯାହାର ପ୍ରମାଣ ହେଉଛନ୍ତି ସ୍ଵୟଂ ମହାଦେବ । କେବଳ ଭକ୍ତର ଭକ୍ତିରେ ପ୍ରଶନ୍ନ ହୁଅନ୍ତି ଶିବ । ତାଙ୍କର କୌଣସି ଦାମୀ ପ୍ରସାଦ, ନୈବେଦ୍ୟରେ ଆଗ୍ରହ ନଥାଏ । ମହାଦେବ କେବଳ ଗୋଟିଏ ପାତ୍ର ଜଳରେ ମଧ୍ୟ ପ୍ରଶନ୍ନ ହୁଅନ୍ତି । ଭକ୍ତିରେ ଶିବଙ୍କୁ ବେଲ ପତ୍ରଟିଏ ଦେଇ ଡାକିଲେ ମଧ୍ୟ ସେ ଭକ୍ତର ମନବାଞ୍ଛା ପୁରଣ କରନ୍ତି । ଦେବତା ଏବଂ ରାକ୍ଷାସଙ୍କ ମଧ୍ୟରେ ସେ କୌଣସି ପାତର ଅନ୍ତର କରନ୍ତି ନାହିଁ । ସମସ୍ତଙ୍କ ପାଇଁ ତାଙ୍କର ପ୍ରେମ ସମାନ । ତେଣୁ ଉଭୟ ଦେବତା ଏବଂ ରାକ୍ଷାସ ଭଗବାନଙ୍କୁ ପୂଜା କରନ୍ତି ।
Comments are closed.