Latest Odisha News

BREAKING NEWS

ତାଳ ଗଛରେ କାହିଁକି ଅଧିକ ବିଜୁଳି ପଡେ ଜାଣନ୍ତୁ

ଭୁବନେଶ୍ୱର: ବର୍ଷା ଘଡଘଡି ମାରିଲେ ମନରେ ଭୟ ସୃଷ୍ଟି ହୁଏ । ବର୍ଷା ଯେତିକି ଡରାଏ ନାହିଁ ଘଡଘଡି ବହୁତ ଭୟଭୀତ କରିଥାଏ । ତେବେ ଏହି ଘଡଘଡି ଅଧିକାଂଶ ସମୟରେ କୌଣସି ନା କୌଣସି ଗଛରେ ପଡିଥାଏ । ଯଦି ରିପୋର୍ଟକୁ ଦେଖିବା ତେବେ ଅଧିକାଂଶ ତାଳଗଛରେ ହିଁ ଘଡଘଡି ପଡିଥାଏ । ତେବେ ତାଳ ଗଛରେ କାହିଁକି ଅଧିକ ପଡେ ଅନ୍ୟ ଗଛରେ କାହିଁକି ପଡେ ନାହିଁ ତାହାର ବୈଜ୍ଞାନିକ କାରଣ ରହିଛି ।

ବିଜୁଳି ଘଡଘଡି ମାରିବାବେଳେ ଅଧିକାଂଶ ସମୟରେ ତାଳଗଛରେ ପଡିଥାଏ । ତାଳଗଛ ଅଧିକ ଡେଙ୍ଗା ହୋଇଥିବାରୁ ସେହି ଗଛରେ ବିଜୁଳି ମାରିଥାଏ । ଆଉ ମଣିଷର ଜୀବନ ରକ୍ଷା ପାଇଁ ପ୍ରଶାସନ ତାଳଗଛ ମିଶନ ଆରମ୍ଭ କରିଛନ୍ତି । ତାଳଗଛରେ ଜଳୀୟ ଅଂଶ ବହୁତ ରହିଥାଏ । ଆଉ ସେହି ଗଛ ବହୁତ ଶକ୍ତ । ସେହି ଗଛ ମଧ୍ୟ ବିଜୁଳିକୁ ଆକର୍ଷିତ କରିଥାଏ । ବିଜୁଳି ସେହି ଗଛରେ ପଡିଲେ ଗଛ ସିନା ମରିଯାଏ ହେଲେ କୌଣସି ଲୋକର କ୍ଷତି ହୋଇନଥାଏ ।

ତାଳଗଛରେ ୫୦ ପ୍ରତିଶତରୁ ଅଧିକ ଜଳୀୟ ଅଂଶ ରହିଥାଏ । ବିଜୁଳି ମାରିବା ବେଳେ ଏହି ଗଛ ଡେଙ୍ଗା ଅଧିକ ଥିବାରୁ ବିଜୁଳି ତାଳଗଛ ଉପରେ ପଡିଥାଏ । ତାଳଗଛ ଅଧିକ ଶକ୍ତ ହୋଇଥିବାରୁ ସେହିଗଛ ବିଜୁଳିକୁ ନିଜ କଣ୍ଟୋଲରେ ରଖିଥାଏ । ଦିନକୁ ଦିନ କ୍ଲାଇମେଣ୍ଟ ଚେଞ୍ଜ ହେବାରୁ ଅଧିକ ମାତ୍ରାରେ ବିଜୁଳି ଘଡଘଡି ମାରୁଛି । ଆଗ ଅପେକ୍ଷା ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ଯଦି ଏବେଠାରୁ ଏହାକୁ ରୋକା ନ ଯାଏ ତେବେ ଆଗାମୀ ଦିନରେ ସ୍ଥିତି ସାଙ୍ଘାତିକ ହୋଇଯିବ ।

Comments are closed.