Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ ।

ସେପ୍ଟେମ୍ବର ୨୯ ତାରିଖରୁ ‘ନବରାତ୍ରୀ’ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଦିନମାନଙ୍କରେ ୯ଟି ଭିନ୍ନଭିନ୍ନ ରୂପରେ ମା’ ପୂଜା ପାଇଥା’ନ୍ତି ।

ନବରାତ୍ରୀ’ ପାଳନ ପଛରେ କ’ଣ ରହିଛି ପୌରାଣିକ କଥା-
ଶାସ୍ତ୍ରମତେ ‘ନବରାତ୍ରୀ’ ଉସôବ ପାଳନ ପଛରେ ୨ଟି ପୌରାଣିକ ଗାଥା ରହିଛି ।

ପ୍ରଥମଟି ମହିଷାସୁର ନାମକ ଜଣେ ରାକ୍ଷସ ବ୍ରହ୍ମାଙ୍କ ଭକ୍ତ ଥିଲେ । ନିଜର କଠୋର ତପସ୍ୟା ବଳରେ ମହିଷାସୁର ବ୍ରହ୍ମଦେବଙ୍କୁ ପ୍ରସନ୍ନ କରିଥିଲେ । କୌଣସି ଦେବ, ଦାନବ ତଥା ମନୁଷ୍ୟ ତାକୁ ମାରି ପାରିବେ ନାହିଁ ବୋଲୀ ସେ ବ୍ରହ୍ମାଙ୍କ ଠାରୁ ବରଦାନ ପାଇଥିଲେ । ପରବର୍ତ୍ତୀ ସମୟରେ ଏହି ବରଦାନ ପାଇ ମହିଷାସୁର ମନ ମଧ୍ୟରେ ପାପ ଚିନ୍ତା ଘାରିଥିଲା । ଯାହାଫଳରେ ସେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ତିନି ଲୋକରେ ଆତଙ୍କ ଖେଳାଇଥିଲା । ତା’ର ଆତଙ୍କରେ ଅତିଷ୍ଠ ହୋଇ ସମସ୍ତେ ତ୍ରୀଦେବଙ୍କ ଶରଣ ପଶିଥିଲେ । ପରେ ମହିଷାସୁର ଅତ୍ୟାଚାରରୁ ରକ୍ଷା କରିବା ଲାଗି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମିଳିତ ଭାବେ ଦେବୀ ଦୁର୍ଗାଙ୍କ ଆର୍ବିଭାବ କରିଥିଲେ ।

ପରେ ମା’ ଦୁର୍ଗା ଓ ମହିଷାସୁର ମଧ୍ୟରେ ଲଗାତାର ୯ ଦିନ ଯାଏଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧର ଦଶମ ଦିନରେ ଦେବୀ ଦୁର୍ଗା ମହିଷାସୁରର ବଦ୍ଧ କରିବା ସହ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥିଲା ।

 

ଅନ୍ୟ ଏକ ପୌରାଣିକ କଥାନୁଯାୟୀ ଭଗବାନ ରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ତଥା ରାବଣ ସହ ଯୁଦ୍ଧ କରି ବିଜୟୀ ହେବା ପାଇଁ ମା’ ଭଗବତୀଙ୍କ ଆରାଧନା କରିଥିଲେ । ରାମେଶ୍ୱରରେ ସେ ୯ ଦିନ ଯାଏଁ ଦେବୀଙ୍କ ଆରାଧନା କରିଥିଲେ । ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଯୁଦ୍ଧରେ ବିଜୟୀ ହେବା ଲାଗି ଦେବୀ ଆଶିର୍ବାଦ ଦେଇଥିଲେ । ଶ୍ରୀରାମ ଦଶମ ଦିନରେ ହିଁ ରାବଣକୁ ଯୁଦ୍ଧରେ ପରାସ୍ତ କରି ଲଙ୍କା ଉପରେ ବିଜୟ ଲାଭ କରିଥିଲେ । ଯାହାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ ।

ଜାଣନ୍ତୁ, ନବରାତ୍ରୀର ଏହି ନଅ ଦିନରେ ଦେବୀଙ୍କ ୯ ରୂପ

୧ମ ଦିନ- ଶୈଳପୁତ୍ରୀ
୨ୟ ଦିନ- ବ୍ରହ୍ମଚାରିଣୀ
୩ୟ ଦିନ- ଚନ୍ଦ୍ର ଘଣ୍ଟା
୪ର୍ଥ ଦିନ- କୁଷ୍ମାଣ୍ଡା
୫ମ ଦିନ- ସ୍କନ୍ଧମାତା
୬ଷ୍ଠ ଦିନ-କାତ୍ୟାନୀ
୭ମ ଦିନ କାଳରାତ୍ରୀ
୮ମ ଦିନ-ମହାଗୌରୀ
୯ମ ଦିନ- ସିଦ୍ଧିଦାତ୍ରୀ

Leave A Reply

Your email address will not be published.