Latest Odisha News

BREAKING NEWS

ଶୀତ ଦିନ ତୁଳନାରେ ଗରମ ଦିନେ ଅଧିକ କାହିଁକି ଚଢ଼େ ମଦ ନିଶା? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯେତେବେଳେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଥିଲା। ପାର୍ଟି, ଖୁସି କିମ୍ବା ଦୁଃଖରେ ମଦ୍ୟପାନ ସେମାନଙ୍କର ସାଙ୍ଗ ହେଉଥିଲା। କିନ୍ତୁ ସମୟ ବଦଳିଛି। ଏବେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନାହିଁ, ମହିଳାମାନେ ମଧ୍ୟ ଏହାକୁ ସେବନ କରୁଛନ୍ତି। ସହରର ପବ୍ କିମ୍ବା ବାର୍‌ରେ ଆପଣ ଦେଖିଥିବେ, ଲୋକେ ମଦ ନିଶାରେ ମଜ୍ଜିଥାଆନ୍ତି। ଯଦି ଆପଣ ମଦ୍ୟପାନ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ଗୋଟିଏ କଥା ଲକ୍ଷ୍ୟ କରିଥିବେ—ଶୀତ ଦିନ ତୁଳନାରେ ଗରମ ଦିନରେ ମଦ ନିଶା ଅଧିକ ତୀବ୍ର ଓ ଜଲଦି ଚଢ଼ିଥାଏ। ଏହା ପଛରେ ରହିଥିବା କାରଣ କ’ଣ? ଆସନ୍ତୁ ଜାଣିବା।

ଗରମ ଦିନରେ କାହିଁ ଅଧିକ ଚଢ଼ିଥାଏ ମଦ ନିଶା?
ମଦ ସେବନକାରୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଖୁସି ହେଉ କି ଦୁଃଖ, ସେମାନେ ସବୁବେଳେ ମଦ୍ୟପାନ ପାଇଁ ପ୍ରସ୍ତୁତ ଥାଆନ୍ତି। ତେବେ ଅନେକେ ଶୀତ ଋତୁରେ ମଦ୍ୟପାନ କରିବାକୁ ଅଧିକ ପସନ୍ଦ କରନ୍ତି। ଏହାର କାରଣ ହେଉଛି, ଗ୍ରୀଷ୍ମ ଋତୁରେ ମଦ ନିଶା ଜଲଦି ଚଢ଼ିଥାଏ। ଏହା ସତ। କାରଣ ଗରମ ଦିନରେ ମଦ ନିଶା ଅଧିକ ହେବାର ହେବାର ବୈଜ୍ଞାନିକ କାରଣ ରହିଛି।

ଗ୍ରୀଷ୍ମ ଋତୁରେ ଶରୀରରୁ ଅଧିକ ଝାଳ ବାହାରିଥାଏ, ଯାହା ଦେହରେ ଜଳୀୟାଂଶର ଅଭାବ (ଡିହାଇଡ୍ରେସନ) ସୃଷ୍ଟି କରିଥାଏ। ଏପରି ସ୍ଥିତିରେ ଯଦି କେହି ମଦ୍ୟପାନ କରୁଛନ୍ତି, ତେବେ ଡିହାଇଡ୍ରେସନ ଆହୁରି ବଢ଼ିଥାଏ। ଶରୀରରେ ଜଳୀୟଅଂଶର ଅଭାବ ହେତୁ ମଦ ଶୀଘ୍ର ରକ୍ତ ସହ ମିଶିଯାଇଥାଏ, ଯାହା ନିଶାର ପ୍ରଭାବକୁ ତୀବ୍ର କରିଥାଏ। ଏହା ସହିତ, ଗରମ ଦିନରେ ମଦ୍ୟପାନ ଶରୀରର ତାପମାତ୍ରାକୁ ଆହୁରି ବୃଦ୍ଧି କରିଥାଏ, ଯାହା ମଦର ପ୍ରବାହକୁ ତ୍ୱରାନ୍ୱିତ କରେ। ଫଳସ୍ୱରୂପ, ନିଶା ଅଧିକ ତୀବ୍ର ଓ ଜଲଦି ଅନୁଭବ ହୁଏ।

ଗରମରେ ମଦ୍ୟପାନ ନେଇ ସତର୍କତା

ଗ୍ରୀଷ୍ମ ଋତୁରେ ମଦ୍ୟପାନ କରୁଥିଲେ ସାବଧାନ ରହିବା ଆବଶ୍ୟକ। ଅତ୍ୟଧିକ ନିଶା କେବଳ ଆପଣଙ୍କ ମଜାକୁ ନଷ୍ଟ କରିପାରେ ନାହିଁ, ବରଂ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ। ଡିହାଇଡ୍ରେସନ ଏବଂ ଶରୀରର ବୃଦ୍ଧି ପାଉଥିବା ତାପମାତ୍ରା ମଦର ପ୍ରଭାବକୁ ଆହୁରି ଜଟିଳ କରିଥାଏ। ତେଣୁ, ଗରମ ଦିନରେ ମଦ୍ୟପାନ କରୁଥିଲେ ସତର୍କ ରହିବା ଏବଂ ଶରୀରରେ ଜଳୀୟଅଂଶ ସ୍ତର ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା ଅତ୍ୟନ୍ତ ଜରୁରୀ।

Comments are closed.