ମୁମ୍ବାଇ: ଗତ ବର୍ଷ ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ କିଛି ମାସ ପରେ ଜାମିନ ପ୍ରଦାନ କରାଯାଇଥିଲା। ସେବେଠାରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଟ୍ରୋଲ ହୋଇଆସୁଛନ୍ତି। ନିକଟରେ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଏହି ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି।
ରାଜ କୁନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି – “ଟ୍ରୋଲର୍ସମାନେ ଧିରେ ଧିରେ କେଉଁଠାକୁ ଅଦୃଶ୍ୟ ହୋଇଯାଉଛନ୍ତି? ଦୟାକରି ମୋତେ ଛାଡନ୍ତୁ ନାହିଁ।” ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ଅନେକ ୟୁଜର୍ସ ରାଜ କୁନ୍ଦ୍ରାଙ୍କୁ କମେଣ୍ଟ ମାରିବା ଆରମ୍ଭ କରିଥିଲେ। ବିଶାଲ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣଙ୍କ ପୋଷ୍ଟରେ କେବଳ ୨୦ ଟି ଲାଇକ୍ ଅଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଟ୍ରଲରମାନେ ଅଦୃଶ୍ୟ ହୋଇ ନାହାଁନ୍ତି, ଆପଣଙ୍କର ଖ୍ୟାତି ଚାଲିଯାଇଛି।
ଜାହିଦ୍ ନାମକ ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି, “ଆପଣ ସତ୍ୟର ସମ୍ମୁଖୀନ କରନ୍ତୁ, ଯଦି ଆପଣ କିଛି ଭଲ କିମ୍ବା ଖରାପ କାମ କରିଛନ୍ତି, ତେବେ ନିଜ ପାଇଁ ଷ୍ଟାଣ୍ଡ ରହିବାକୁ ସାହସ କରନ୍ତୁ। ଲୋକେ ଆପଣଙ୍କର ଅସଲ ଗୁଣକୁ ସର୍ବଦା ଗ୍ରହଣ କରିବେ।” ଏହାର ଉତ୍ତରରେ ରାଜ କୁନ୍ଦ୍ରା ଲେଖିଛନ୍ତି, “ମୁଁ ଜନସାଧାରଣଙ୍କଠାରୁ ମୁହଁ ଲୁଚାଇ ବୁଲୁ ନାହିଁ, ବରଂ ଗଣମାଧ୍ୟମ ମୋ ପାଖକୁ ଆସନ୍ତୁ ତାହା ମୁଁ ଚାହୁଁନାହିଁ। ମିଡିଆ ଟ୍ରାଏଲ ପରେ ମୁଁ କେଉଁ ପରିସ୍ଥିତିରେ ଥିଲି ତାହା ବୁଝିବା କଷ୍ଟକର।”
ସୂଚନା ଥାଉକି ଯେ ରାଜ କୁନ୍ଦ୍ରା ୨୦୨୧ ମସିହାରେ ଏକ ପର୍ଣ୍ଣୋଗ୍ରାଫି ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କୁ ଅନେକ ଦିନ ଜେଲରେ ରହିବାକୁ ପଡିଥିଲା ଏବଂ ଶିଳ୍ପା ଶେଟ୍ଟୀଙ୍କ ସହ ରାଜଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ଖବର ପଦାରେ ପଡିଲା। ନିକଟରେ ରାଜ କୁନ୍ଦ୍ରା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଅଧିକାରୀମାନେ ଏଥିରେ ସମ୍ପୃକ୍ତ ଅଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ଏବଂ ପର୍ଣ୍ଣୋଗ୍ରାଫି ସୁଟିଂ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।
ବ୍ୟବସାୟୀ ରାଜ କୁନ୍ଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିବିଆଇକୁ ମଧ୍ୟ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି। ରାଜ ତାଙ୍କ ଚିଠିରେ ଦାବି କରିଛନ୍ତି ଯେ ଏହି ଆପ୍ ତାଙ୍କର ନୁହେଁ ବରଂ ତାଙ୍କ ଜ୍ୱାଇଁଙ୍କର। ଏଥିରେ କୌଣସି ଅଶ୍ଳୀଳ ଭିଡିଓ ନାହିଁ।
Comments are closed.