Latest Odisha News

BREAKING NEWS

ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରାଜେନ୍ଦ୍ର ଦାସଙ୍କୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ଆଜି ବହିଷ୍କାର କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ଧାମନଗର ଉପନିର୍ବାଚନରେ ଦଳ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ।

ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ବିଜେଡିର ଶୀର୍ଷ ନେତାଙ୍କ ପ୍ରଚେଷ୍ଟା ସତ୍ତ୍ୱେ ରାଜେନ୍ଦ୍ର ନାମାଙ୍କନ ପ୍ରତ୍ୟାହାର ନ କରିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ବିଜେଡିରୁ ବହିଷ୍କାର ପରେ ରାଜେନ୍ଦ୍ର ଦାସ ପ୍ରତିକ୍ରିୟାରେ କହିଛନ୍ତି, ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସ୍ୱାଗତ କରୁଛି । ଲୋକଙ୍କ ସେବା କରିବାକୁ ରାଜନୀତି କରୁଛି । ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ । ଧାମନଗରବାସୀଙ୍କ ସମର୍ଥନ ରହିଛି, ନିଶ୍ଚୟ ବିଜୟୀ ହେବି ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ବିଷ୍ଣୁ ସେଠୀଙ୍କ ବିପକ୍ଷରେ ରାଜେନ୍ଦ୍ର ବିଜେଡିରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ । ମାତ୍ର ୪ ହଜାର ଭୋଟରେ ହାରିଥିଲେ ରାଜେନ୍ଦ୍ର ଦାସ । ଏବେ ଧାମନଗର ଉପନିର୍ବାଚନରେ ୩ ଦଳର ପ୍ରାର୍ଥୀଙ୍କୁ ରାଜେନ୍ଦ୍ର ଟକ୍କର ଦେଉଛନ୍ତି । ଉପନିର୍ବାଚନ ଇତିହାସରେ କେବେ ହାରି ନଥିବା ବିଜେଡି ଧାମନଗର ବିଜୟ ପାଇଁ ସତ ଚେଷ୍ଟା କରୁଛି ।

Leave A Reply

Your email address will not be published.