Latest Odisha News

BREAKING NEWS

ପୁରୁଷ କରିନପାରୁଥିବା କାମ କରିବେ ମହିଳା; କାହିଁକି ମହିଳାଙ୍କୁ ଏତେ ଘୃଣା କରୁଛି ତାଲିବାନ?

କାବୁଲ: କାହିଁକି ମହିଳାଙ୍କୁ ଘୃଣା କରୁଛି ତାଲିବାନ? ଆଫଗାନିସ୍ତାନର ରାଜଧାନୀ କାବୁଲର ଅନ୍ତରୀଣ ମେୟର କହିଛନ୍ତି ଯେ ଦେଶର ନୂତନ ତାଲିବାନ ଶାସକମାନେ ସହରର ଅନେକ ମହିଳା କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୁଷମାନେ ଯାହା କରିପାରିବେ ନାହିଁ ତାହା କରିବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଇଛି।

ତାଲିବାନର ଏହି କଠୋର ନିଷ୍ପତ୍ତି ଅଧିକାଂଶ ମହିଳାଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ସାଧାରଣ ଜୀବନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ସହ ସହନଶୀଳ ତଥା ଅନ୍ତର୍ଭୂକ୍ତ ସରକାର ପ୍ରତିଜ୍ଞା କରିଛି।

୧୯୯୦ ଦଶକରେ ତାଲିବାନ ଶାସନ କାଳରେ ଝିଅ ଓ ମହିଳାମାନଙ୍କୁ ସ୍କୁଲ ଯାଇ କାମ କରିବାକୁ ବାରଣ କରିଥିଲା। ନିକଟରେ ତାଲିବାନ ନୂତନ ସରକାର ଝିଅ ଓ ମହିଳାଙ୍କ ଅଧିକାରକୁ ରୋକିବା ପାଇଁ ଅନେକ ନିଷ୍ପତ୍ତି ଜାରି କରିଛନ୍ତି। ଏହି ସପ୍ତାହ ଶେଷରୁ ପୁଅମାନଙ୍କ ପାଇଁ ସ୍କୁଲ ଖୋଲାଯାଇଥିବା ବେଳେ ଝିଅମାନଙ୍କୁ ଏହି ସମୟରେ ବିଦ୍ୟାଳୟକୁ ନ ଆସିବାକୁ କୁହାଯାଇଛି।

ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ସୂଚନା ଦିଆଯାଇଛି ଯେ ବାଳକ ଏବଂ ବାଳିକାମାନେ ପୃଥକ ଶ୍ରେଣୀରେ ପାଠ ପଢିବେ ଏବଂ ସେମାନଙ୍କୁ ଏକ ଇସଲାମିକ୍ ଡ୍ରେସ୍ କୋଡ୍ ଅନୁସରଣ କରିବାକୁ ପଡିବ।

ଗତ ମାସରେ ତାଲିବାନ କ୍ଷମତା ଗ୍ରହଣ କରିବା ପୂର୍ବରୁ ସହରରେ ପ୍ରାୟ ୩୦୦୦ ମହିଳା ଶ୍ରମିକ ଥିଲେ ଏବଂ ସେମାନେ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ମହିଳାଙ୍କୁ ସେମାନଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ଯେ ଯେଉଁ କାମ ପୁରୁଷ କରିପାରିବେ ନାହିଁ ସେହି କାମ କରିବାକୁ ମହିଳାଙ୍କୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.