Latest Odisha News

ରାଜ୍ୟରେ କମୁଛି କରୋନା କାୟା: ଆଜି ୫୧୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ୫ଶହକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୩ଟି । ରାଜ୍ୟରେ ୧୮ ବର୍ଷ ଭିତରେ ଆଉ ୭୯ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୭୮, ବାଲେଶ୍ୱରରୁ ୩୩, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ୨୨ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ରାଜ୍ୟରୁ ଆଉ ୬ ଜଣଙ୍କୁ ମିଶାଇ କରୋନା ନେଲାଣି ମୋଟ୍ ୮ହଜାର ୧୪୧ ଜୀବନ ।

୨୪ ଘଣ୍ଟାରେ ୬୨ହଜାର ୫୦୯ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୦.୮୧ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୨୦ହଜାର ୭୫୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୭ହଜାର ୬୬ । ଏବେ ରାଜ୍ୟରେ ୫ହଜାର ୪୯୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.