Latest Odisha News

କେବେ ଭାବିଛନ୍ତି କି ବୃକ୍ଷ ଶାଖାରେ ଶୋଇବା ସମୟରେ ପକ୍ଷୀମାନେ ତଳେ ପଡ଼ନ୍ତି ନାହିଁ କାହିଁକି…

ନୂଆଦିଲ୍ଲୀ: ଦୁନିଆରେ ଅନେକ ଜିନିଷ ଅଛି ଯାହା ଆମକୁ ଆକର୍ଷିତ କରିଥାଏ l ସେଥିମଧ୍ୟରୁ ଗଛ ଉପରେ ବସିଥିବା ପକ୍ଷୀ ହେଉଛି ଗୋଟେ l ଯଦି କୌଣସି ବ୍ୟକ୍ତି ଗଛର ଶାଖା ଉପରେ ଶୋଇଥାଏ, ତେବେ ତାକୁ ଖସି ପଡ଼ିବାର ଭୟ ରହିଥାଏ l ବେଳେବେଳେ ସମୟ ଏମିତି ଥାଏ ଯେ ଗଛ ଉପରେ ବସିଥିବା ସାଧାରଣ ମାଙ୍କଡ ବି ଗଛ ଉପରୁ ପଡ଼ିଯାଏ l କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି କି ଗଛର ଶାଖା ଉପରେ ବସିଥିବା ପକ୍ଷୀମାନେ ସେଠାରେ ହିଁ ଶୁଅନ୍ତି, ରୁହନ୍ତି କିନ୍ତୁ କେବେ ଖସି ପଡ଼ନ୍ତି ନାହିଁ l ଏପରି କିପରି ହୁଏ ତାହା କେବେ ଭାବିଛନ୍ତି କି ? ଆସନ୍ତୁ ଜାଣିବା ସେ ବିଷୟରେ…

ସାଧାରଣ ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ତାଙ୍କ ହିସାବରେ ନିଜର ଜୀବନ ବଞ୍ଚିଥାନ୍ତି l କିନ୍ତୁ ପକ୍ଷୀମାନେ ତାଙ୍କ ଜୀବନ ବହୁତ ସୁନ୍ଦର ଭାବରେ ଅତିବାହିତ କରନ୍ତି l ପକ୍ଷୀମାନେ କଠିନ ପରିଶ୍ରମ କରି ଯେକୌଣସି ଗଛ ଉପରେ ନିଜର ବସା ଘର ନିର୍ମାଣ କରନ୍ତି ଏବଂ ସେଥିରେ ରୁହନ୍ତି l ଆପଣମାନେ ନିଶ୍ଚୟ ଦେଖିଥିବେ ଯେ,ବୃକ୍ଷ ଶାଖା ଉପରେ ବସି ପକ୍ଷୀମାନେ ପ୍ରାୟତଃ ଶୋଇଥା’ନ୍ତି, ତଥାପି ସେମାନେ ଗଛରୁ ପଡ଼ନ୍ତି ନାହିଁ l ଏପରି ପରିସ୍ଥିତିରେ, ଆପଣମାନେ କେବେ ଚିନ୍ତା କରିଛନ୍ତି କି ଏପରି କିପରି ହୁଏ ?

ସାଧାରଣତଃ ଆପଣ ମାନେ ଦେଖିଥିବେ ଯେ ପକ୍ଷୀ ମାନେ ଶୋଇବାବେଳେ ସେମାନଙ୍କ ଦୁଇଟି ଆଖି ଖୋଲା ରହିଥାଏ l କିନ୍ତୁ ଏହା ସତ୍ୟ ନୁହେଁ l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ପକ୍ଷୀମାନେ ଶୋଇଥା’ନ୍ତି, ସେମାନଙ୍କ ଦୁଇଟି ଆଖି ମଧ୍ୟରୁ ଗୋଟିଏ ଆଖି ଖୋଲା ରହିଥାଏ l ଯେଉଁଥିପାଇଁ ସେମାନେ ଶୋଇବାବେଳେ ତାଙ୍କ ମସ୍ତିଷ୍କର ଏକ ଭାଗ ସକ୍ରିୟ ରହିଥାଏ l ସେପଟେ ଗୋଟେ ପକ୍ଷୀ ସୋଇଥିବା ବେଳେ ଶିକାରୀ ମଧ୍ୟ ଅତି ସହଜରେ ତାର ଶିକାର କରିପାରେ l ତେଣୁ ସେସବୁରୁ ବର୍ତ୍ତିବ ପାଇଁ ସେମାନେ ତାଙ୍କ ଏକ ଆଖି ଖୋଲା ରଖିଥାନ୍ତି l ଯେଉଁଥିପାଇଁ ସେମାନେ ଶୋଇବା ସମୟରେ ଗଛରୁ ଖସି ପଡ଼ନ୍ତି ନାହିଁ l

Comments are closed.