Latest Odisha News

BREAKING NEWS

କେଉଁ ମାମଲାରେ ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି? କ’ଣ ଏହି ଦୁର୍ନୀତି?

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତ ‘ପାତ୍ରା ଚାଲ୍’ ଦୁର୍ନୀତିକୁ ବଡ ଅଡୁଆରେ ଏବେ ପଡିଛନ୍ତି। ରବିବାର ସକାଳୁ ସକାଳୁ ଇଡି ଆସି ତାଙ୍କ ଦୁଆର ମୁହଁରେ ପହଞ୍ଚିବା ପରେ ସାରା ଦେଶର ନଜର ରହିଛି ଶିବସେନାର ଏହି କଥାକୁହା ନେତାଙ୍କ ଉପରେ। ସକାଳ ୭ଟା ୩୦ରୁ ଇଡି ସଞ୍ଜୟ ରାଉତଙ୍କୁ ଜେରା କରିଥିଲା। ଦୀର୍ଘ ୯ ଘଣ୍ଟା ଧରି ଜେରା କରିବା ପରେ ସଞ୍ଜୟ ରାଉତଙ୍କୁ ଅପରାହ୍ନ ୪ଟା ପୂର୍ବରୁ ଅଟକ ରଖିଥିବା ସୂଚନା ମିଳିଛି। ସଞ୍ଜୟ ରାଉତ ଜେରା ବେଳେ ସହଯୋଗ ନକରିବାରୁ ଇଡି ଅଟକ ରଖି ନିଜ କାର୍ଯ୍ୟାଳୟକୁ ନେଇ ଆସିଥିବା ସୂଚନା ରହିଛି। ଏହି ଘୋଟାଲାରେ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ସଞ୍ଜୟ ରାଉତଙ୍କ ନାଁରେ ମହାରାଷ୍ଟ୍ରରେ ୧୦୦୦ କୋଟିରୁ ଅଧିକ ଟଙ୍କାର ପାତ୍ରା ଚାଲ ଦୁର୍ନୀତି ଅଭିଯୋଗ ରହିଛି।  ୨୦୦୭ ମସିହାରେ, ଗୁରୁ ଆଶିଷ କନଷ୍ଟ୍ରକସନ କମ୍ପାନୀକୁ ପାତ୍ରା ଚାଲର ପୁନର୍ବାକାଶ ପାଇଁ ଚୁକ୍ତି ହୋଇଥିଲା। ଏହା ଅଧୀନରେ ନିର୍ମାଣକାରୀ କମ୍ପାନୀ ପାତ୍ରା ଚାଲରେ ୬୭୨ ଭଡାଟିଆଙ୍କ ଘରର ପୁନର୍ବିକାଶ କରିବାର ଥିଲା। ଏଥିସହ ମହାରାଷ୍ଟ୍ର ଗୃହ ଓ ବିକାଶ ପ୍ରାଧିକରଣକୁ ପ୍ରାୟ ୩୦୦୦ ଫ୍ଲାଟ ଦେବାର ଥିଲା। ଅଭିଯୋଗ ହୋଇଛି ଯେ ଗୁରୁ ଆଶିଷ କନଷ୍ଟ୍ରକସନ କମ୍ପାନୀ କୌଣସି ପ୍ରକାରର ନିର୍ମାଣ କାମ କରିନଥିଲା। କିମ୍ବା ମହାରାଷ୍ଟ୍ର ହାଉସିଂ ଅଥରିଟି ଡେଭଲପମେଣ୍ଟ ଅଥରିଟି (ଏମଏଚଏଡିଏ)କୁ ଫ୍ଲାଟ ହସ୍ତାନ୍ତର କରିନଥିଲା। ସେହିପରି ଗୁରୁ ଆଶିଷ କମ୍ପାନୀ ଏମଏଚଏଡିଏକୁ ବିଭ୍ରାନ୍ତ କରି ଫ୍ଲାଟ ନିର୍ମାଣ ନକରି ୯ ବିଲଡରକୁ ଜମି ବିକ୍ରି କରିଥିବା ଅଭିଯୋଗ ରହିଛି। ଏହି କାରଣରୁ କମ୍ପାନୀ ପ୍ରାୟ ଏକ ହଜାର କୋଟି ଟଙ୍କା ପାଇଥିଲା।

୨୦୧୮ ରେ ମହାରାଷ୍ଟ୍ର ହାଉସିଂ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଏକ ମାମଲା ଦାୟର କରିଥିଲା। ଏହି ମାମଲା ରାକେଶ କୁମାର ୱାଡୱାନ, ସାରଙ୍ଗ କୁମାର ୱାଡୱାନ ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିଲା। ଗୁରୁ ଆଶିଷ ନିର୍ମାଣ ପ୍ରାଇଭେଟ ଲିମିଟେଡ୍ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ହେଉଛି (ଏଚଡିଆଇଏଲ) ର ଏକ ସହଯୋଗୀ କମ୍ପାନୀ। ରାକେଶ ୱାଡୱାନ୍, ସାରଙ୍ଗ ୱାଡୱାନ୍ ଏବଂ ପ୍ରବୀଣ ରାଉତ ମଧ୍ୟ (ଏଚଡିଆଇଏଲ)ରେ ନିର୍ଦ୍ଦେଶକ ଥିଲେ।

ପ୍ରବୀଣ ରାଉତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନିକଟତମ ବନ୍ଧୁ ଭାବରେ ବିବେଚନା କରାଯାଏ। ଏହି ପିଏମସି ଦୁର୍ନୀତିରେ ପ୍ରବୀଣ ରାଉତଙ୍କ ନାଁ ମଧ୍ୟ ଆସିଛି। ତଦନ୍ତ ପରେ ଜଣା ପଡିଛି ଯେ ପ୍ରବୀଣ ରାଉତଙ୍କ ପତ୍ନୀଙ୍କ ବ୍ୟାଙ୍କରୁ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୫ ଲକ୍ଷ ଟଙ୍କା ପଠାଯାଇଥିଲା । ଯେଉଁ ଟଙ୍କା ଜରିଆରେ ସଞ୍ଜୟ ରାଉତଙ୍କ ପରିବାର ଫ୍ଲାଟ କିିିଣିଛି। ସେବେଠାରୁ ରାଉତ ଇଡି ରାଡାରରେ ରହିଛନ୍ତି।

Leave A Reply

Your email address will not be published.