Latest Odisha News

BREAKING NEWS

ମହିଳା କ୍ରିକେଟ: ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ, ସ୍ମୃତିଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା କ୍ରିକେଟରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି । ସ୍ମୃତି ମାନ୍ଧାନା ୪୨ ବଲରେ ୬୨ ରନର ଇନିଂସ ଖେଳିଥିଲେ । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ପାକିସ୍ତାନ ୧୮ ଓଭରରେ ୯୯ ରନ କରିବାକୁ ସକ୍ଷମ ହୋଇଥିଲା । ମନୀବା ଅଲୀ ସର୍ବାଧିକ ୩୨ ରନ କରିଥିଲେ । ଭାରତର ସ୍ନେହା ରାଣା ଓ ରାଧା ଯାଦବ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

୧୦୦ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୧.୪ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିବା ଭାରତ ଏଥିସହ ବିଜୟ ଧାରାକୁ ଫେରିଛି । ମାନ୍ଧନାଙ୍କ ବ୍ୟତୀତ ଶେଫାଳୀ ବର୍ମା ୯ ବଲରୁ ଦ୍ରୁତ ୧୬ ରନ କରିଥିଲେ ।

Leave A Reply

Your email address will not be published.