Latest Odisha News

BREAKING NEWS

ମସ୍କ ଟ୍ବିଟରର ମାଲିକ ହେବା ପରେ କାହିଁକି ସିଇଓ ପଦରୁ ଚିରାଗଙ୍କୁ ବିଦା କରିଥିଲେ?

ନୂଆଦିଲ୍ଲୀ: ସୋଶିଆଲ ମିଡ଼ିଆ ଟ୍ବିଟର ତଥା ଏକ୍ସର ମାଲିକାନା ଏଲନ ମସ୍କ ହେବା ପରେ ସେ କାହିଁକି ହଠାତ୍ ସିଇଓ ପରାଗ ଅଗ୍ରଓ୍ୱାଲଙ୍କୁ ବାହାର କରିଦେଇଥିଲେ। ଏହାକୁ ନେଇ ଏବେବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ତେବେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି।

କୁହାଯାଉଛି ଯେ ଏଲନ ମସ୍କ ୨୦୨୨ ମାର୍ଚ୍ଚରେ ପରାଗ ଅଗ୍ରଓ୍ବାଲଙ୍କୁ ଡିନରରେ ଭେଟିଥିଲେ ଏବଂ ଅନୁଭବ କରିଥିଲେ ଯେ ଭାରତୀୟ-ଆମେରିକୀୟ ସିଇଓ ସେ ଯେପରି ଭାବୁଛନ୍ତି ସେଭଳି ସିଇଓ ପରାଗ ନୁହଁନ୍ତି।

ସେପ୍ଟେମ୍ବର ୧୨ରେ ମସ୍କଙ୍କ ଉପରେ ଏକ ବହି ପ୍ରକାଶ ହେବାକୁ ଯାଉଛି। ଯେଉଁଥିରେ ପରାଗଙ୍କୁ ଭେଟିବା ପରେ ମସ୍କ ଅନୁଭବ କରିଥିଲେ ଯେ ସେ ଜଣେ ଭଲ ବ୍ୟକ୍ତି କିନ୍ତୁ ତାଙ୍କ କମ୍ପାନୀରେ ସିଇଓ ହେବା ପାଇଁ ସେ ଆବଶ୍ୟକ ସାମର୍ଥ୍ୟ ରଖୁ ନାହାନ୍ତି ବୋଲି ଅନୁଭବ କରିଛନ୍ତି।

କୁହାଯାଉଛି ଯେ, ମସ୍କ କହିଛନ୍ତି ଯେ, ସିଇଓ ହେବାକୁ ହେଲେ ଲୋକଙ୍କୁ ପସନ୍ଦ କରିବାକୁ ପଡିବ ନାହିଁ। ଟ୍ୱିଟରକୁ ଯାହା ଦରକାର ତାହା ହେଉଛି ଜଣେ ଫାୟାର ବ୍ରାଣ୍ଡ ସିଇଓ। ଆଉ ପରାଗ ସେମିତି ନୁହଁନ୍ତି ବୋଲି ବହିର ଲେଖକ ଆଇଜାକ୍ସନ ମସ୍କଙ୍କ ସହ କଥା ହେବା ପରେ ଲେଖିଛନ୍ତି। ଯାହା ଆମେରିକାର ପ୍ରମୁଖ ଖବରକାଗଜ ଦ ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ମସ୍କ ଅକ୍ଟୋବର ୨୦୨୨ରେ ପରାଗଙ୍କୁ ଚାକିରିରୁ ବାହାର କରିଥିଲେ ଏବଂ ନିଜେ ଟ୍ୱିଟରର ସିଇଓ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୨୩ ଜୁନରେ ମସ୍କ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଲିଣ୍ଡା ୟାକାରିନୋଙ୍କୁ ଏହି ଦାୟିତ୍ୱ ଦେଇଥିଲେ।

Comments are closed.