Latest Odisha News

BREAKING NEWS

କାହିଁକି କୁହାଯାଏ ‘କୁମ୍ଭୀର କାନ୍ଦଣା’, ମିଛ କାନ୍ଦଣା….

ଭୁବନେଶ୍ବର: ଆମେମାନେ ପିଲାବେଳୁ ଏକ ରୂଢି ବାକ୍ୟ ଶୁଣି ଆସିଛେ, ଯାହା ହେଉଛି ‘କୁମ୍ଭୀର କାନ୍ଦଣା’ । ଅନେକ କଥାରେ ଲୋକେ କୁହନ୍ତି, ହେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଅର୍ଥ, ମିଛରେ କାନ୍ଦୁଛି । ଅର୍ଥ ହେଲା କପଟୀର ଲୋକ ଦେଖା ପ୍ରଳାପ । ତେବେ କ’ଣ ଆପଣ ଜାଣନ୍ତି, କାହିଁକି ଏହାକୁ କୁମ୍ଭୀର କାନ୍ଦଣା କୁହାଯାଏ? କ’ଣ କୁମ୍ଭୀର ମିଛରେ ଦେଖେଇ ହୋଇ କାନ୍ଦେ? ନା ଆଦୌ କାନ୍ଦେ ହିଁ ନାହିଁ? ଏ ରୂଢି ବାକ୍ୟରେ କାହିଁକି କୁମ୍ଭୀର ନାଁ ବ୍ୟବହାର ହୋଇଛି?

ତେବେ ଆମେ କାନ୍ଦିବା ବେଳେ ଆମ ଲୁହ ଆମର ମନର କିଛି ଭାବନାକୁ ପ୍ରତିଫଳିତ କରିଥାଏ  । କିନ୍ତୁ ଗବେଷଣାରୁ ଜଣାପଡିଛି ଯେ, ଯେତେବେଳେ କୁମ୍ଭୀରର ଆଖିର ଲୁହ ଝରେ ସେଥିରେ କୌଣସି ଭାବନା ପ୍ରତିଫଳିତ ହୋଇନଥାଏ । ଏହାକୁ ନେଇ ପରୀକ୍ଷାମୂଳକ ଭାବେ ତାଙ୍କୁ ପାଣି ବାହାରେ ଖାଇବାକୁ ଦିଆଗଲା, ଆଉ ଦେଖାଗଲା ସେମାନେ ଖାଇଲା ବେଳେ ତାଙ୍କ ଆଖିରୁ ଲୁହ ଝରୁଛି । ଆଉ ଏହା ଅନେକ  ସମୟରେ ଦେଖାଗଲା ଯେ, ଶିକାର କରିବା ପରେ କି ଖାଇବା ପରେ କୁମ୍ଭୀରଟି ପ୍ରକୃତରେ ଲୁହ ଗଡ଼ାଇଥାଏ । ଯେତେବେଳେ କି ତାଙ୍କର କିଛି ଦୁଃଖ ହିଁ ନଥାଏ ।

ଏଥିସହିତ କୁମ୍ଭୀରମାନେ ଯେତେବେଳେ ଲମ୍ବା ସମୟ ପାଣି ବାହାରେ ରୁହନ୍ତି, ଏହି ଲୁହ ତାଙ୍କର ଲୁବ୍ରିକେଟ୍(ଏକ ପ୍ରକାର ତୈଳ, ଯାହା କୋଷ ଉପରେ ଆଚ୍ଛାଦିତ ହୋଇ ରହିଥାଏ) ଭାବରେ କାମ କରିଥାଏ  । ସେଥିପାଇଁ ତାଙ୍କର ଆଖିର ଲୁହର କିଛି କାରଣ ନଥିବାରୁ ତାକୁ ମିଛ ଲୁହ ସହ ତୁଳନା କରାଯାଇଛି । ଅର୍ଥାତ୍ କିଛି ଦୁଃଖ ନଥାଇ ତାହା ଆଖିରୁ ଲୁହ ଝରେ । ମାନେ ଦେଖାଣିଆ କାନ୍ଦ ବୋଲି କୁହାଯାଏ ।

Leave A Reply

Your email address will not be published.