Latest Odisha News

BREAKING NEWS

ନୌସେନା ଦିବସ ପାଳନ ପଛର କାହାଣୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହୁଏ ଭାରତୀୟ ନୌସେନା ଦିବସ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏହାର ସଫଳତା ସ୍ମୃତିରେ ପାଳନ ହଏ ନୌସେନା ଦିବସ। ଅପରେସନ ଟ୍ରାଇଡେଣ୍ଟରେ ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ପ୍ରଥମେ ଆଣ୍ଟି -ସିପ ମିସାଇଲ ବ୍ୟବହାର ହୋଇଥିଲା। ୧୯୭୧ ରେ ବାଂଲାଦେଶ ସ୍ବାଧୀନତା ପାଇଁ ଚାଲିଥିଲା ସଂଘର୍ଷ। ବାଂଲାଦେଶକୁ ଆକ୍ରମଣ କରିଥିଲା ପାକିସ୍ତାନୀ ସେନା। ଫଳରେ ବାଂଲାଦେଶ ଭାରତର ଶରଣ ପଶିଥିଲା । ଏହାପରେ ଭାରତ ସେନା ପାକିସ୍ତାନକୁ ଆକ୍ରମଣ କରିଥିଲା।

କେମିତି ଥିଲା ଅପରେସନ ଟ୍ରାଇଡେଣ୍ଟ ?
୪ ଡିସେମ୍ବର ୧୯୭୧ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ । ଏଥିରେ ଆଇଏନଏସ ନିପଟ, ଆଇଏନଏସ ନିର୍ଘାତ ଓ ଆଇଏନଏସ ବୀର ପରି ଅତ୍ୟାଧୁନିକ ଲଢୁଆ ମିସାଇଲ ବୋଟର ବ୍ୟବହାର କରାଯାଇଥିଲା। ଭାରତୀୟ ନୌସେନା କରାଚି ପୋର୍ଟ ଉପରେ ରାତି ସମୟରେ ଆକ୍ରମଣ କରିଥିଲା। କରାଚି ପୋର୍ଟର ୩ ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଥିଲା ଭାରତୀୟ ଯୁଦ୍ଧ ଜାହାଜ । ଏହାସହ ଗୋଟିଏ ତେଲ ଡିପୋ ଓ ଅନ୍ୟ ମୁଲ୍ୟବାନ ସମଗ୍ରୀରେ ନିଆଁ ଲଗାଇ ଦେଇଥିଲେ। ଆକ୍ରମଣରେ ପାକିସ୍ଥାନର ପ୍ରାୟ ୭ ଶହ କୋଟିର କ୍ଷତି ହୋଇଥିଲା।

କାହିଁକି ପାଳନ କରାଯାଏ ନୌସେନା ଦିବସ?
ଅପରେସନ ଟ୍ରାଇଡେଣ୍ଟର ସଫଳତା ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳିତ ହୁଏ। ଏହା ଭାରତୀୟ ନୌସେନାର ଶକ୍ତି, ସାହସ ଓ ପରାକ୍ରମର ପ୍ରତୀକ। ନୌସେନା ଦିବସ କେବଳ ନୌସେନାର ବୀରତ୍ବର କାହାଣୀ କହେନି, ବରଂ ଦେଶର ସୁରକ୍ଷାରେ ନୌସେନାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.