Latest Odisha News

କାହିଁକି ସଲମାନଙ୍କ ମରଣ ଚାହୁଁଛି ବିଷ୍ଣୋଇ ଗାଙ୍ଗ୍?

ମୁମ୍ବାଇ: ବଲିଉଡ ଦବଙ୍ଗ ହିରୋଙ୍କ ଜୀବନ ପ୍ରତି କଳା ବାଦଲ ହୋଇ ଛାଇ ରହିଛି ବିଷ୍ଣୋଇ ଗାଙ୍ଗ । କେମିତି ତାଙ୍କ ଜୀବନ ନେବ, ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛି । ଏହାରି ଭିତରେ ଏବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଷ୍ଣୋଇ ଗାଙ୍ଗ ମାରିଥିବା ଦାବି କରିବା ପରେ ଏବେ ସଲମାନଙ୍କ ଅଡୁଆ ବଢିଛି ।

କାହିଁକି ବିଷ୍ଣୋଇ ଗାଙ୍ଗ ସଲମାନଙ୍କ ପଛରେ ପଡିଛି ?

କାହିଁକି ସଲମାନଙ୍କୁ ମାରିକି ହିଁ ଛାଡିବି ବୋଲି ଖୁଲମ ଖୁଲା କହୁଛି ଲରେନ୍ସ ବିଷ୍ଣୋଇ । ତେବେ ଏହି କାହାଣୀ ଆଜିର କି କାଲିର ନୁହେଁ ? ଏହି ବିବାଦ ଆରମ୍ଭ ହୋଇଛି ହମ ସାଥ୍ ସାଥ୍ ହେ ଫିଲ୍ମର ସୁଟିଙ୍ଗ ବେଳରୁ । ୧୯୯୮ ମସିହାରେ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହମ ସାଥ୍ ସାଥ୍ ହେ ଫିଲ୍ମର ସୁଟିଙ୍ଗ ଚାଲିଥିଲା ସେତେବେଳେ ୨ଟି କୃଷ୍ଣସାର ମୃଗ ଶିକାର କରିବା ଅଭିଯୋଗରେ ଫିଲ୍ମର ପ୍ରମୁଖ ଭୂମିକାରେ ଥିବା ହିରୋ ହିରୋଇନଙ୍କୁ କୋର୍ଟରୁ ସମନ ଯାଇଥିଲା । ହେଲେ ଏଥିରୁ ସୈଫ୍ ଅଲ୍ଲୀ ଖାନ୍ , ନିଲମ୍ , ସୋନାଲୀ ବେନ୍ଦ୍ରେ , ତବ୍ୱୁ ଏବଂ ଦୁଷ୍ୟନ୍ତ ସିଂ ମୁକୁଳିଥିବା ବେଳେ ସେତେବେଳେ କିନ୍ତୁ ସଲମାନ୍ ଖାନଙ୍କୁ ଗିରଫ କରିଥିଲା ପୋଲିସ୍ । ଯାହାର ବଦଲା ନେବା ପାଇଁ ଏବେ ସଲମାନଙ୍କ ପଛରେ ଚିଲ ଭଳି ପଡିଛି ଲରେନ୍ସ ବିଷ୍ଣୋଇ ।

କୃଷ୍ଣସାର ମୃଗ ସହିତ ବିଷ୍ଣୋଇଙ୍କ ସଂପର୍କ କ’ଣ?

ତେବେ କହିରଖୁଛୁ, ବିଷ୍ଣୋଇ ସଂପ୍ରଦାୟର ଲୋକ ମାନେ ପ୍ରକୃତି ମାତା ଓ ବନ୍ୟଜନ୍ତୁଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ଆଉ ଯୋଧପୁର ବିଷ୍ଣୋଇ କୃଷ୍ଣସାର ମୃଗକୁ ନିଜ ଧାର୍ମିକ ଗୁରୁ ଭଗବାନ ଜମ୍ବେଶ୍ୱରଙ୍କ ପୁନଃଜନ୍ମ ବୋଲି ମାନିକରି ତାକୁ ଜମ୍ବାଜୀ ବୋଲି ସମ୍ବୋଧନ କରନ୍ତି । ଏଥିପାଇଁ ନା ସେମାନେ ଗଛ କାଟନ୍ତି ନା ଜୀବଜନ୍ତୁଙ୍କ ଶିକାର କରନ୍ତି । ଆଉ କୃଷ୍ଣସାର ମୃଗଙ୍କୁ ତ ସେମାନେ ଯେପରି ସୁରକ୍ଷା କର୍ମୀ ଭଳି ସୁରକ୍ଷା ଦେଇଥାନ୍ତି ।  ଆଉ ତାଙ୍କ ଭଗବାନଙ୍କ ହତ୍ୟା ଅଭିଯୋଗରେ ସଲମାନଙ୍କ ନାଁ ବିଷ୍ଣୋଇଙ୍କ ଧାର୍ମିକ ଭାବନାକୁ କୁଠରାଘାତ କରିଥିଲା । ଆଉ ସେମାନେ ସବୁବେଳେ ଶିକାରୀକୁ ଦୋଷୀ ବୋଲି ମାନନ୍ତି , ସେ ସାଧାରଣ ଲୋକ ହେଉ କି କେଉଁ ସୁପରଷ୍ଟାର୍ । ଯାହକୁ ନେଇ ଏବେ ସଲମାନଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇଉଠିଛି ଲରେନ୍ସ ବିଷ୍ଣୋଇ ।

ତେବେ ଏହାକୁ ନେଇ ଏକ ସାକ୍ଷାତକାରରେ ଲରେନ୍ସ କହିଥିଲା, ଯଦି ସଲମାନ ବିକାନେର୍ ସ୍ଥିତ ବିଷ୍ଣୋଇ ସଂପ୍ରଦାୟର ମୁଖ୍ୟ ମନ୍ଦିର ମୁକ୍ତିଧାମ ମୁକାମକୁ ଯାଇ ତାଙ୍କ ଦେବତାଙ୍କୁ କ୍ଷମା ପ୍ରାର୍ଥନା କରନ୍ତି ତାହେଲେ ବିଷ୍ଣୋଇ ସମାଜ ସଲମାନଙ୍କୁ କ୍ଷମା କରିଦେବେ ।

Leave A Reply

Your email address will not be published.