Latest Odisha News

BREAKING NEWS

ଲେମ୍ବୁ ଗୋଟା ୧୦ ଟଙ୍କା ହେବା ପଛର କାରଣ କ’ଣ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇ ସପ୍ତାହରୁ ଲେମ୍ବୁ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁ ଲେମ୍ବୁ ଖାଇବା ଥାଳିରେ ନରହିଲେ କିମ୍ବା ଅତିଥି ଚର୍ଚ୍ଚାରେ ପରସା ନଗଲେ ଭଲ ଲାଗିନେ । ଏବେ ସେହି ଲେମ୍ବୁ କିଣିବା ବହୁତ କଷ୍ଟକର ହୋଇପଡିଲାଣି । ବଜାରରେ ଗୋଟା ଲେମ୍ବୁ ଦେଖିଲେ ମଧ୍ୟ ମନରେ ଖଟା ସ୍ୱାଦ ଭାବି କିଣିବାକୁ ଚାହୁଁ ନାହାନ୍ତି । ତେବେ ହଠାତ୍ ଦର ବୃଦ୍ଧି ପଛର କାରଣ କ’ଣ ?

BjdElectrycity

ବିଭିନ୍ନ ମିଡିଆ ରିପୋର୍ଟ ଏବଂ ସୋଶିଆଲ ମିଡିଆରେ ଏ ନେଇ ତର୍କ ମଧ୍ୟ ବଢିଛି । କିଏ କେନ୍ଦ୍ର ସରକାରକୁ ଦାୟୀ କରୁଛି ତ ଆଉ କିଏ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ଦାୟୀ କରୁଛି। ୟୁପିର ଗାଜିଆବାଦ ହୋଲସେଲ ପରିବା ବଜାରରେ ଲେମ୍ବୁ କିଲୋ ପିଛା ପ୍ରାୟ ୩୫୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ବ୍ୟବସାୟୀମାନେ ଆଶ୍ଚର୍ଯ୍ୟ ହେବା ସହ ଏଭଳି ଦର ଅଭୂତପୂର୍ବ ବୋଲି କହିଛନ୍ତି।

ହାଇଦ୍ରାବାଦରେ ଏବେ ଗୋଟା ଲେମ୍ବୁ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୁଜରାଟରେ ଏହି ଲେମ୍ବୁର ଦର କିଲୋ ପିଛା ୨୦୦ ଟଙ୍କା ରହିଛି। ବ୍ୟବସାୟୀ କହିଛନ୍ତି, ପୂର୍ବରୁ ଆମେ ଗୋଟାଏ ଲେମ୍ବୁ ବସ୍ତା ୭୦୦ ଟଙ୍କାରେ କିଣୁଥିଲୁ ଯାହାର ମୂଲ୍ୟ ବର୍ତ୍ତମାନ ୩,୫୦୦ ଟଙ୍କା ପହଞ୍ଚିଛି। ଆମେ ଗୋଟିଏ ଲେମ୍ବୁକୁ ୧୦ ଟଙ୍କାରେ ବିକ୍ରି କରୁଛୁ ଏବଂ ଏହାକୁ କେହି କିଣିବାକୁ ପ୍ରସ୍ତୁତ ନୁହନ୍ତି। ସେହିପରି ଜଣେ ଗ୍ରାହକ କହିଛନ୍ତି ଯେ, ଦର ବଢ଼ିଛି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି । କାରଣ ଯେଉଁ ଲେମ୍ବୁ ୫ ଟଙ୍କାରେ ୩ଟା ମିଳୁଥିଲା ଏବେ ସେହି ଲେମ୍ବୁକୁ ଦେଖି ମନ ଖଟା ହୋଇଯାଉଛି।

ଖାଲି ଲେମ୍ବୁ ନୁହଁ ପରିବା ଦର ମଧ୍ୟ ବୃଦ୍ଧି ହୋଇଛି । ଏଥିପାଇଁ ତେଲ ଦର ବୃଦ୍ଧିକୁ ଦାୟୀ କରିଛନ୍ତି ବ୍ୟବସାୟୀ। ଜଣେ ବ୍ୟବସାୟୀ କହିଛନ୍ତି, ୩୦ ବର୍ଷର ବ୍ୟବସାୟରେ ସେ ଲେମ୍ବୁ ସର୍ବାଧିକ ୧୫୦ ଟଙ୍କା କିଲୋରେ ବିକ୍ରି କରିଥିଲେ। ଏବେ କିନ୍ତୁ ସେମାନେ ୩୦୦ ଟଙ୍କା ଉପରେ ବିକ୍ରି କରୁଛନ୍ତି। ଡିଜେଲ ଦର ବୃଦ୍ଧି ଯୋଗୁ ଟ୍ରକ୍ ପିଛା ପରିବହନ ଖର୍ଚ୍ଚ ୨୪ ହଜାର ଟଙ୍କା ବଢ଼ିଛି ବୋଲି ପାଇକାରୀ ବ୍ୟବସାୟୀ କହିଛନ୍ତି।

ପନ୍ଦର ଦିନ ତଳେ ଏହି ଲେମ୍ବୁ କିଲୋ ପିଛା ୫୦-୧୦୦ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟ ଜଣେ ହୋଲସେଲ ଡିଲର କହିଛନ୍ତି ଯେ, ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଯୋଗାଣରେ ଅଭାବ ଏବଂ ଅଧିକ ଚାହିଦା କାରଣରୁ ଦର ବୃଦ୍ଧି ହୋଇଛି। ବ୍ୟବସାୟୀ ଜଣକ କହିଛନ୍ତି, ତିନି ସପ୍ତାହ ପୂର୍ବରୁ ୬୦ ଟଙ୍କାରେ ଲେମ୍ବୁ ବିକ୍ରି କରୁଥିଲୁ, ଯାହା ଏବେ କିଲୋ ପିଛା ୨୦୦ ଟଙ୍କା ଟପିଗଲାଣି । ଯେଉଁସମୟରେ ଲେମ୍ବୁର ଚାହିଦା ସାଧାରଣତଃ ଅଧିକ ଥାଏ।

ସେହିପରି ଲେମ୍ବୁ ଚାଷରେ କମ୍ ଉତ୍ପାଦନ ହୋଇଥିବା ବେଳେ ରମଜାନ୍ ଯୋଗୁ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ଚାହିଦା ଅଧିକ ରହିଛି ବୋଲି ସେ କହିଛନ୍ତି। ରୋଷେଇ ପାଇଁ ଅତ୍ୟାବଶ୍ୟକ କୁହାଯାଉଥିବା କଞ୍ଚା ଲଙ୍କା ଏବଂ ଅନ୍ୟାନ୍ୟ ପରିବା ଦର ଦୁଇ ସପ୍ତାହରେ ମଧ୍ୟ ଦୁଇଗୁଣା ବଢ଼ିଛି।

ଜଣେ ଗ୍ରାହକ କହିଛନ୍ତି, ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ଦର ଆକାଶଛୁଆଁ ହେଉଛି କିନ୍ତୁ ଆମ ଭଳି ସାଧାରଣ ଲୋକଙ୍କ ଆୟ ସୀମିତ ରହିଥିବା ବେଳେ ଖର୍ଚ୍ଚା ବଢିଚାଲିଛି। ସେହିପରି ଜଣେ ଖୁଚୁରା ଦୋକାନୀ କହିଛନ୍ତି ଯେ, ଗ୍ରାହକଙ୍କୁ ମାଗଣାରେ କଞ୍ଚା ଲଙ୍କା ଦେବା ବନ୍ଦ କରିଦେଇଛୁ।

ପ୍ରମୁଖ କାରଣ

ଗୁଜରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ହେଉଛି ଦେଶର ତିନି ପ୍ରମୁଖ ଲେମ୍ବୁ ଉତ୍ପାଦନକାରୀ ରାଜ୍ୟ । ଏଠାରେ ହଠାତ୍ ତାପମାତ୍ରା ବଢିବା ଯୋଗୁଁ ଲେମ୍ବୁ ଚାଷ ନଷ୍ଟ ହୋଇଯାଉଛି । କାରଣ କମ୍ ତାପମାତ୍ରାରେ ଏହି ଲେମ୍ବୁ ଚାଷ ହୋଇଥାଏ । ହେଲେ ଜଳବାୟୁରେ ତାପମାତ୍ରାର ପରିବର୍ତନ ପାଇଁ ଲେମ୍ବୁ ଚାଷ ପ୍ରଭାବିତ ହୋଇଛି । ଅର୍ଥାତ୍ ଲେମ୍ବୁ ଯେଉଁ ଆକାରରେ ବଢିବା କଥା ତାହା ସେହି ଭଳି ବଢୁନାହିଁ।

ସେହିପରି ଗତ ମାସ ମାର୍ଚ୍ଚରେ ବଙ୍ଗୋପସାଗରରେ ଆସାନୀ ଘୁର୍ଣ୍ଣିବାତ୍ୟା ଆସିଥିଲା । ଏହାର ପ୍ରଭାବ ଲେମ୍ବୁ ଚାଷ ଉପରେ ପଡିଛି । ଦେଶରେ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ଲେମ୍ବୁ ଚାଷ ହୁଏ । ଏଠାରେ ଚାହିଦା ଅଧିକ ଥାଏ ଯୋଗାଣ କମ୍ ଥାଏ । କିନ୍ତୁ ଏହିସୁବା ରାଜ୍ୟ ଅନ୍ୟ ରାଜ୍ୟକୁ ଲେମ୍ବୁ ଦେଇସାରିଛନ୍ତି । କିନ୍ତୁ ଏବେ ନିଜ ପାଖରେ ନାହିଁ । ତେଣୁ ଓଡିଶା ତୁଳନାରେ ଏହି ସବୁ ରାଜ୍ୟରେ ଲେମ୍ବୁ ଦର ଅଧିକ ରହିଛି । କିନ୍ତୁ ଏହି ରାଜ୍ୟର ଲେମ୍ବୁ ଉପରେ ନିର୍ଭର କରୁଥିବା ରାଜ୍ୟରେ ଲେମ୍ବୁ ଦର ଟିକିଏ କମ୍ ରହିଛି ।

Leave A Reply

Your email address will not be published.