Latest Odisha News

BREAKING NEWS

ଓଲଟିଲା ଧାନ ବୋଝେଇ ପିକଅପ୍ ଭ୍ୟାନ, ୨ମୃତ,୩ ଗୁରୁତର

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ଦୁର୍ଘଟଣା । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ସୋମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛିା

ସୂଚନାଅନୁସାରେ ପିକଅପ୍ ଭ୍ୟାନ ଟି ଧାନ ବୋଝେଇ ହୋଇ ହାତିଖମ୍ବାଠାରୁ ପେଣେକାମ ନିକଟସ୍ଥ ଝରା ମିଲକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ସେହି ସମୟରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା ।ଅନ୍ୟଜଣଙ୍କ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି ।

ମୃତକ ଦୁଇ ଜଣ ହେଲେ ଜେଜିୟା ମାଣ୍ଡାଙ୍ଗି ଓ ଗୋପିନାଥ କୁମ୍ବ୍ରିକା । ଗୁରୁତର ମାନେ ହେଲେ ଅଞ୍ଚନ ନିମାଲା , ପୁନିଆ ନିମାଲା , ଚନ୍ଦ୍ର ନିଶାଳ ବୋଲି ଜଣାପଡିଛି । ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.