Latest Odisha News

BREAKING NEWS

ଓଡ଼ିଶାରେ କାହିଁକି ଅଧିକ ବିଜୁଳି ପଡ଼େ? ଜାଣନ୍ତୁ କାରଣ…

ଭୁବନେଶ୍ୱର: ବର୍ଷା ଆସିଲେ ପବନ ହୁଏ ଆଉ ବିଜୁଳି ଘଡଘଡି ମଧ୍ୟ ମାରେ । ଲୋକେ ଯିଏ ଯେଉଁଠି ଥାଆନ୍ତି ବର୍ଷା ଆସିବା ମାତ୍ରକେ ସୁଖିଲା ସ୍ଥାନକୁ ଯିବାକୁ ଚାହିଁଥାନ୍ତି । ସାଧାରଣତଃ ବର୍ଷା ଦିନେ ଲୋକେ ବହୁତ ହଇରାଣ ହୋଇଥାନ୍ତି । ଅଚାନକ ବର୍ଷା ଘଡଘଡି ହେବାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥାଏ । ଯଦି ଦେଖାଯାଏ ଓଡିଶାରେ ଅଧିକାଂଶ ଲୋକ ବିଜୁଳି ଘଡଘଡିରେ ମୃତ୍ୟୁମୁଖରେ ପଡିଥାନ୍ତି ।

ଭାରତରେ ବିଜୁଳି ଘଡଘଡିରେ ମୃତ୍ୟୁ ସଂଖ୍ୟା ରିପୋର୍ଟକୁ ଦେଖିଲେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ବର୍ଷାଦିନେ ବହୁତ ଲୋକ ବିଲବାଡିରେ କାମ କରନ୍ତି । ଯଦି ବର୍ଷା ସହ ଘଡଘଡି ହେଲା ସେମାନେ ଉଚ୍ଚ ସ୍ଥାନକୁ ଯାଇପାରନ୍ତି ନାହିଁ । ତେଣୁ ଅଧିକାଂଶ ଲୋକ ବିଲରେ ଥିବା ବେଳେ ବିଜୁଳି ଘଡଘଡିର ଶିକାର ହୁଅନ୍ତି । ଆଗରୁ ଲୋକେ ପଖିଆ ବ୍ୟବହାର କରି ବିଲରେ କାମ କରୁଥିଲେ । ଏବେ ସେ ପଖିଆ ମଧ୍ୟ ନାହିଁ । ଲୋକେ ଜୀବନ ବଂଚାଇବା ପାଇଁ ଗଛ ମୂଳକୁ ପଳାନ୍ତି । ଆଉ ଗଛରେ ହିଁ ଅଧିକାଂଶ ବିଜୁଳି ଘଡଘଡି ପଡିଥାଏ ।

ବିଜୁଳି ଘଡଘଡି ବେଳେ କଣ କରିବେ
ବିଜୁଳି ଘଡଘଡି ମାରିବା ବେଳେ କଣ କରିବା ଉଚିତ ଆସନ୍ତୁ ଜାଣିବା । ଯଦି କୌଣସି ଲୋକ ବିଲରେ କାମ କରୁଛନ୍ତି । ଆଉ ସେତେବେଳେ ବିଜୁଳି ଘଡଘଡି ମାରିଲା ତୁରନ୍ତ ସୁଖିଲା ସ୍ଥାନକୁ ଯିବାକୁ ଚେଷ୍ଟା କରନ୍ତୁ । ଯଦି ଶୁଖିଲା ସ୍ଥାନ ନାହିଁ ତେବେ ଦୁଇ ଆଣ୍ଠୁରେ ମୁଣ୍ଡ ପୁରାଇ ବସି ପଡନ୍ତୁ । ଏହାଦ୍ୱାରା ଘଡଘଡି ଅଧିକ କ୍ଷତି କରିବ ନାହିଁ ।

ଓଡିଶାର ଲୋକେ ଚାଷ ଉପରେ ନିର୍ଭରଶୀଳ । ସମସ୍ତେ ବର୍ଷା ଦିନ ବିଲରେ କାମ କରନ୍ତି । ଏହି ସମୟରେ ଅଧିକାଂଶ ଲୋକ ବିଜୁଳି ଘଡଘଡିର ଶିକାର ହୁଅନ୍ତି । ତେଣୁ ଘଡଘଡିରୁ ବଞ୍ଚିବା ପାଇଁ ତୁରନ୍ତ ପଦକ୍ଷେପ ନେଲେ ମଣିଷ ବଞ୍ଚି ପାରିବ ।

Comments are closed.