Latest Odisha News

BREAKING NEWS

ରାତିରେ ମଶାଧୂପ ଜଳାଇବା କାହିଁକି କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଶୋଇବା ସମୟରେ ଜାଳୁଥିବା ମଶାଧୂପ ଧୂଆଁ ସମ୍ପର୍କରେ ? ଏହା ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇବା ପାଇଁ ପ୍ରାୟ ଅନେକ ଲୋକ ଘରେ ମଶାଧୂପର ବ୍ୟବହାର କରିଥାନ୍ତି । କିନ୍ତୁ ଏସବୁ ଧୂପ ଯେ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ ଏହା ଆମେ ଅନେକ ଜାଣିନାହୁଁ।

ଚାଇନିଜ୍ ଅନୁଧ୍ୟାନରୁ ଜଣାଯାଇଛି ଯେ, ଯେତେବେଳେ ମଶାଧୂପ ଜଳୁଥାଏ ସେତେବେଳେ ଏଥିରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ।

ଏହି ଧୂଆଁ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ।ଏଗୁଡ଼ିକ ହେଲା ‘ମ୍ୟୁଟାଜେନିକ୍’, ‘ଜେନୋଟକ୍ସିକ୍’ ଏବଂ ‘ସାଇଟୋଟକ୍ସିକ୍’। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ। ଜନ୍ମ ସମ୍ବନ୍ଧୀୟ ଆକୃତିର ପରିବର୍ତ୍ତନ ଯୋଗୁଁ ଡିଏନଏରେ ପରିବର୍ତ୍ତନ ହୋଇଥାଏ ଯାହା ଏକ ଉତ୍ତମ ସଙ୍କେତ ନୁହେଁ।

Leave A Reply

Your email address will not be published.