Latest Odisha News

BREAKING NEWS

ଉନ୍ମୋଚିତ ହେଲା ବାରବାଟୀ ଦିନିକିଆ ଟିକେଟ; ଡ଼ିସେମ୍ବର ୧୯ରୁ ବିକ୍ରି ଆରମ୍ଭ

କଟକ/ଭୁବନେଶ୍ୱର: କଟକର ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ । ଏହି କ୍ରିକେଟ ମ୍ୟାଚ ଲାଗି ଆସନ୍ତା ୧୯ ଓ ୨୦ ତାରିଖରେ ଟିକଟ ବିକ୍ରି ହେବାକୁ ଥିବାବେଳେ ଆଜି ଏହାର ଟିକେଟ ଉନ୍ମୋଚିତ ହୋଇଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିକେଟକୁ ମଙ୍ଗଳବାର ଦିନ ଉନ୍ମୋଚନ କରିଛନ୍ତି । ବାରବାଟୀରେ ଓଡ଼ିଶାର ଦର୍ଶକ କ୍ରିକେଟ ମଜ୍ଜା ନେବା ଲାଗି ବେଶ୍ ଉତ୍ସାହିତ ହୋଇପଡ଼ିଥିବା ବେଳେ ଅନଲାଇନରେ ପ୍ରାୟ ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି । ଅନଲାଇନରେ ମାତ୍ର ଘଣ୍ଟାକ ମଧ୍ୟରେ ଟିକେଟ୍ ବିକ୍ରି ହୋଇଥିବାର ସୂଚନା ମିଳିଛି ।

ସବୁଠାରୁ ବଡ଼କଥା ହେଲା ଏହି କ୍ରିକେଟ ମ୍ୟାଚ ଲାଗି ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ । ପୂର୍ବପରି ଆଉ କ୍ରିକେଟପ୍ରେମୀ ଦର୍ଶକମାନେ ଟିକେଟ କାଉଣ୍ଟର ସାମ୍ନାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ହଇରାଣ ହରକତ ହେବେନାହିଁ । ଟିକେଟ କ୍ରୟ କରୁଥିବା ସମସ୍ତ ଦର୍ଶକମାନଙ୍କ ସୁବିଧା ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ସମସ୍ତ ପ୍ରକାର ସୁବିଧା ବନ୍ଦୋବସ୍ତ କରାଯାଉଛି ବୋଲି ଆଜି ଓସିଏ ତରଫରୁ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.