Latest Odisha News

ବର୍ଷ ବର୍ଷ ଧରି ସ୍ନାନ କରନ୍ତିନି ନାଗା ସାଧୁ !

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଦିବ୍ୟ ଆୟୋଜନ। ଦେଶ ବିଦେଶରୁ ଅନେକ ସାଧୁଙ୍କ ସମେତ ଦେଖିବାକୁ ମିଳୁଛନ୍ତି ନାଗା ସାଧୁ। ମହାକୁମ୍ଭରେ ନାଗା ସାଧୁଙ୍କର ମହତ୍ତ୍ଵ ଅଧିକ ହୋଇଥାଏ। ଏପରିକି ଏମାନଙ୍କ ବିନା ମହାକୁମ୍ଭ ଆରମ୍ଭ ବି ହୋଇନଥାଏ। ପରମ୍ପରା ଅନୁସାରେ ନାଗା ସାଧୁ ପ୍ରଥମେ ଅମୃତ ସ୍ନାନ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେତେକ ନାଗା ସାଧୁ ବର୍ଷ ବର୍ଷ ଗାଧୋଇ ନଥାନ୍ତି।

ଏହାର ପଛରେ ରହିଛି ବଡ କାରଣ। ଦେହରେ ଭସ୍ମ ଲେପନ ଓ ତପସ୍ୟା କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ସେମାନେ ଭାବନ୍ତି। ସେଥିପାଇଁ ସେମାନେ କେବଳ ଭସ୍ମ ବା ପାଉଁଶ ନିଜ ଶରୀରରେ ବୋଳିଥାନ୍ତି। ବାହାର ଶୁଦ୍ଧତା ବଦଳରେ ସେମାନେ ଅନ୍ତଃଶୁଦ୍ଧତା ଉପରେ ବେଶୀ ଧ୍ୟାନ ଦେଇଥାନ୍ତି।

ଅନ୍ୟପଟେ କିଛି ସାଧୁ ନିୟମିତ ସମୟ ବ୍ଯବଧାନରେ ସ୍ନାନ କରିଥାନ୍ତି। ସେମାନଙ୍କ ଗାଧୋଇବାର କୌଣସି ସଠିକ ସମୟ ନଥାଏ। ଏହା ସେମାନଙ୍କ ତପସ୍ୟା ଓ ପରମ୍ପରା ଉପରେ ନିର୍ଭର କରିଥାଏ। ନାଗା ସାଧୁମାନେ ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ବିଭିନ୍ନ ଗୁପ୍ତ ସ୍ଥାନରେ ତପସ୍ୟା କରିଥାନ୍ତି।

ନାଗା ସାଧୁ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅନେକ ପରୀକ୍ଷା ଦେବାକୁ ପଡିଥାଏ। ପରୀକ୍ଷା ଭାବରେ ବ୍ୟକ୍ତିଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ। ଯଦି ଜଣେ ବ୍ୟକ୍ତି ସଫଳ ଭାବରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି, ତେବେ ତାଙ୍କୁ ବ୍ରହ୍ମଚାରୀରୁ ମହାପୁରୁଷ ଭାବରେ ଜଣାଯାଏ। ଏହାପରେ ତାଙ୍କୁ ଅବଧୂତ ଭାବରେ ପରିଚିତ କରାଯାଇଥାଏ। ତେବେ ନାଗା ସାଧୁମାନେ ନିଜର କେଶ କାଟି ନଥାନ୍ତି। ଏହାକୁ ସେମାନଙ୍କର ସନ୍ୟାସର ମହତ୍ତ୍ୱପୂର୍ଣ୍ଣ ପ୍ରତୀକ କୁହାଯାଏ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.